ରୁଷରେ ପଢ଼ିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର

ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ୟୁକ୍ରେନରେ ଡାକ୍ତରୀ ପୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଯୁଦ୍ଧ ପାଇଁ ୟୁକ୍ରେନ୍‌ ଛାଡ଼ି ଭାରତ ପଳାଇ ଆସିଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ପଢ଼ିବା ସୁଯୋଗ ପାଇଲେନି । ଇତିମଧ୍ୟରେ ଚେନ୍ନାଇରେ ରୁଷର ବାଣିଜି୍ୟକ ରାଷ୍ଟ୍ରଦୂତ ଓଲେଗ ଅବଦୀବ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

ଓଲେଗ କହିଛନ୍ତି, ୟୁକ୍ରେନରେ ପଢ଼ୁଥିବା ଭାରତୀୟ ମେଡିକାଲ ଛାତ୍ର ଯେଉଁମାନେ ୟୁକ୍ରେନ୍‌ ଛାଡ଼ି ଦେଇଛନ୍ତି ସେମାନେ ରୁଷରେ ପଢ଼ିପାରିବେ । ଓଲେଗ କହିଛନ୍ତି, ରୁଷର ମେଡିକାଲ ସିଲାବସ୍‌ ୟୁକ୍ରେନ୍‌ ସିଲାବସ୍‌ ସହ ପ୍ରାୟ ସମାନ । ସେମାନେ ରୁଷୀୟ ଭାଷା ମଧ୍ୟ ଜାଣନ୍ତି । କାରଣ ୟୁକ୍ରେନରେ ଅଧିକାଂଶ ଲୋକ ରୁଷୀୟ ଭାଷାରେ କଥା ହୁଅନ୍ତି । ତେଣୁ ୟୁକ୍ରେନରେ ପିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କୁ ରୁଷରେ ପିବା ପାଇଁ ସ୍ୱାଗତ କରାଯିବଛ ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ଯୁଦ୍ଧରୁ ପ୍ରାଣ ବଞ୍ଚାଇବା ପାଇଁ ଶତାଧିକ ଭାରତୀୟ ଛାତ୍ର ୟୁକ୍ରେନ ଛାଡ଼ି ଭାରତ ଚାଲି ଆସିଥିଲେ ।

Comments are closed.