ଏକା ସାଙ୍ଗରେ ପରଦାରେ ଆସିବେ ସଲମାନ୍‌ ଓ ସାହାରୁଖ୍‌

ମୁମ୍ୱାଇ: ଜୁଲାଅ ୦୫: ବଲିଉଡର ଦୁଇ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହରୁଖ ଖାନଙ୍କ ନାଁରେ ବଲିଉଡ ଜଣାଶୁଣା କହିଲେ ଚଳେ । ଏହି ଦୁଇ ଅଭିନେତା ଏବେ ସେମାନଙ୍କ ଫ୍ୟାନ୍ସଙ୍କୁ ସର୍ପ୍ରାଇଜ୍‌ ଦେବାକୁ ଯାଉଛନ୍ତି । କାରଣ ଗୋଟିଏ ଫିଲ୍ମରେ ଦୁଇ ଅଭିନେତା ଅଭିନୟ କରିବାକୁ ଯାଉଛନ୍ତି । ଏହାର ନାମ ପଠାନ୍‌ ଆଣ୍ଡ୍‌ ଟାଇଗର୍‌ ୩ ରହିଛି । ମିଳିଥିବା ସୂଚନା ଅନୁସାରେ ସଲମାନ୍‌ ଏବଂ ଏସ୍‌ଆର୍କେଙ୍କ ଟିମ୍‌ ଆଦିତ୍ୟ ଚୋପ୍ରାଙ୍କ ଲିଖିତ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତି ସରିଛି । ଏହି ଫିଲ୍ମ ୟସରାଜ୍‌ ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ କରାଯିବ । ସୂଚନା ଅନୁସାରେ ଆଦିତ୍ୟ ଚୋପ୍ରା ଦର୍ଶକଙ୍କୁ ଏକ ନୂଆଧରଣର ଆକ୍ସନ ମୁଭି ଭେଟି ଦେବାକୁ ଯାଉଛନ୍ତି । ଟାଇଗର ଏବଂ ପଠାନ୍‌ ଚଳଚ୍ଚିତ୍ରରେ ଦୁଇ ହିରୋଙ୍କ ଆକ୍ସନ୍‌ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନ କରାଇବା ନେଇ ଯୋଜନା ରହିଛି । ତେବେ ଏହି ଫିଲ୍ମଟି ସମସ୍ତଙ୍କୁ ବେଶ୍‌ ମନୋରଞ୍ଜନ ଯୋଗାଇବ ବୋଲି ଆଶା କରାଯାଉଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ଏହି ଦୁଇ ସୁପରଷ୍ଟାର ଏକା ସାଙ୍ଗରେ ପରଦାରେ ଧମାଲ ମଚେଇବା ଆଶାରେ ଫ୍ୟାନ୍ସ ।

Comments are closed.