ପୁଣି ଅଡୁଆରେ ସଲମାନ ଖାନ୍‌

ମୁମ୍ବାଇ: ମାର୍ଚ୍ଚ ୨୩: ବିଭିନ୍ନ ସମସ୍ୟାରେ ପୂର୍ବରୁ ଫସିଛନ୍ତି ସଲ୍ଲìଭାଇ ଓରଫ ସଲମାନ ଖାନ୍‌ । ତେବେ ଏବେ ପୁଣି ଏକ ସମସ୍ୟାର ସାମ୍ନା କରୁଛନ୍ତି ଭାଇଜାନ୍‌ । ସୁଚନା ରହିଛି ଯେ ସଲମାନ ରାସ୍ତାରେ ଯାଉଥିବା ଅବସ୍ଥାରେ ଜଣେ ଟିଭି ସାମ୍ବାଦିକ ତାଙ୍କ ଫଟୋ ଉଠାଇବାରୁ ସଲମାନ ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିବାରୁ ଅନ୍ଧେରୀ କୋର୍ଟ ତାଙ୍କ ନାଁରେ ଏକ ସମନ ଜାରି କରାଯାଇଛି। ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ମହମ୍ମଦ ନୱାଜ ଇକବାଲ୍ ଶୈଖଙ୍କୁ ଏପ୍ରିଲ୍ ୫ ତାରିଖ ପୂର୍ବରୁ ଅଦାଲତରେ ହାଜିର ହେବାରୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ଧେରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ। ଉଭୟ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କୁ ୫୦୪ ଓ ୫୦୬ ଧାରା ଅଧୀନରେ ସମନ ପଠାଯାଇଛି। ଜଣେ ଟିଭି ସମ୍ବାଦିକ ଅଭିଯୋଗ ଆଣିଛନ୍ତି ଯେ ୨୦୧୯ ମସିହାରେ ସେ ତାଙ୍କ କାର୍ଯ୍ୟ କରୁଥିବାବେଳେ ସଲମାନ ଓ ସଲମାନଙ୍କ ଅଙ୍ଗରକ୍ଷୀ ତାଙ୍କୁ ଅପମାନିତ କରିବା ସହ ଧମକ ମଧ୍ୟ ଦେଇଥିଲେ। ଏ ନେଇ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଆର୍ ଆର୍ ଖାନ୍ କହିଛନ୍ତି,ଏହି ମାମଲାର ତଦନ୍ତ ପାଇଁ ଏହାକୁ ଡିଏନ୍ ନଗର ପୁଲିସ୍ ଷ୍ଟେସନ୍କୁ ସ୍ଥାନାନ୍ତର କରାଯାଇଛି।

Comments are closed.