ମୁମ୍ବାଇ: ଜୁନ୍ ୦୬: ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ବଲିଉଡ୍ର ସୁପରଷ୍ଟାର ସଲମାନ ଖାନ୍ଙ୍କ ଅବସ୍ଥା ହେବ ବୋଲି ଧମକ ମିଳିଛି । ଏହି ଧମକରେ ସିଧା ସିଧା ସଲ୍ମାନଙ୍କ ନାମ ଲେଖାଯାଇଛି । ହତ୍ୟା ଧମକ ମିଳିବା ପରେ ସଲମାନ୍ଙ୍କ ମମ୍ବାଇର ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାସଭବନରେ ସୁରକ୍ଷା ବଢ଼ିଯାଇଛି ।
ମିଳିଥିବା ସୂଚନା ଅନୁସାରେ, ସଲମାନ୍ ଖାନ୍ ପ୍ରାତ ଭ୍ରମଣରେ ଯାଇଥିଲା ସେଠାରେ ସଲ୍ମାନଙ୍କ ଅଙ୍ଗରକ୍ଷୀଙ୍କୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ଲେଖା ଯାଇଥିଲା ଯେ, ସଲିମ ଖାନ୍..ଓ ସଲମାନ ଖାନ୍, ତୁମ ଅବସ୍ଥା ବି ସୁଦ୍ଧୁ ମୁସେୱାଲା ପରି ହେବ । ଧମକପୂର୍ଣ୍ଣ ଚିଠି ମିଳିବା ପରେ ବାନ୍ଦ୍ରା ପୋଲିସ ଆଇପିସି ଧାରା ୫୦୬ ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି ।
Comments are closed.