ସମାଜବାଦୀ ଲଞ୍ଚ କଲା ଦଳୀୟ ଅତର

ଉତ୍ତରପ୍ରଦେଶ: ନଭେମ୍ବର ୦୯: ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ସକାଶେ ଉତ୍ତର ପ୍ରଦେଶରେ ଜୋର୍‌ଦାର ପ୍ରଚାର କାର୍ଯ୍ୟ ଚାଲିଛି । ରାଜନୈତିକ ଦଳମାନେ ଭଳିକି ଭଳି ଶୈଳୀ ଆପଣେଇ ଭୋଟରମାନଙ୍କ ଆକୃଷ୍ଟ କରିବା ପାଇ ନିଜ ନିଜର ଚେଷ୍ଟା ଚଲାଇଛନ୍ତି । ଏହାରି ଭିତରେ ସମାଜବାଦୀ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ଏକ ଦଳୀୟ ପରଫୁ୍ୟମ ବା ଅତର ଲଞ୍ଚ କରିଛନ୍ତି । ସେହି ଅତରକୁ ସପାର ଦଳୀୟ ନେତା ପୁଷ୍ପରାଜ ଜୈନ ତିଆରି କରିଛନ୍ତି । ଅତର ପ୍ରସ୍ତୁତି ଓ ଏହାର ମୁଖ୍ୟ ଉଦ୍ଦେଶ୍ୟ ନେଇ ସେ କହିଛନ୍ତି, କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଥିବା ୨୨ଟି ପ୍ରାକୃତିକ ସ୍ଥାନର ପ୍ରକୃତିରୁ ଏହି ଅତର ସୁଗନ୍ଧ ସଂଗ୍ରହ କରାଯାଇଛି । ଏହା ସମାଜବାଦୀ ଦଳ ଏବଂ ଭାଇଚାରାର ସୁଗନ୍ଧ ଅଟେ । ଏହି ଅତର ଚଳିତ ବର୍ଷର ନିର୍ବାଚନରେ ହେଉଥିବା ଘୃଣା ଭାବକୁ ସମାପ୍ତ କରିବ ।

Comments are closed.