ସମୟର ଢ଼େଉ

ମନ ପାରାବାରେ ସମୟର ଢ଼େଉ;
ସାଥେ ସାଥେ ଉତ୍ତାଳ ତରଙ୍ଗମାଳା,
ନାଚି ନାଚି ଗାଉଥାଏ ସମୟର ଗାଥା
ମାନେ ନାହିଁ ବାରଣ; ସୀମା ଡ଼େଇଁ
ଲଂଘିଯାଏ, ତାଣ୍ଡବର ଡ଼ମ୍ବରୁ ବଜାଇ
ପ୍ରଳୟର ଆଶଙ୍କା; ମନେ ମୋ ଆତଙ୍କ ଜଗାଏ
ମନେ ହୁଏ ସ୍ଥିତ ମୋର
ସତ୍ତା ମୋର ଦେବି କି ହଜାଇ ….
ସେ ଢ଼େଉ ଥମିଲା ପରେ; ସ୍ଥିର ବାଲୁକା ପ୍ରାନ୍ତରେ
ଆଙ୍କିଦେଲି ଚିତ୍ରସମ ପ୍ରଳୟ ବାର୍ତ୍ତା ……..
ଯେତେ ଯାହା ଦେଇଛି ହଜାଇ, ଥାଉ ସ୍ମୃତି ହୋଇ
ଭୁଲିବାରେ ପ୍ରୟାସ କରି ବି ଭୁଲି ପାରେ ନାହିଁ
ହଜିଥିବା ସମୟକୁ କୋଜିବାର ପ୍ରୟାସ ନକରି
ପୁଣି ନୂଆ କରି ଗଢ଼ି ତୋଳି ହେବାକୁ ହେବ
ଯେପରି ପ୍ରତିଟି ସକାଳର ସୂର୍ଯ୍ୟ
ନବୀନ ଆଲୋକର ମାଳା ବିଞ୍ଚିଦେଇ
ନୂତନ ବାରତା ସମ ଢ଼ାଳିଦିଏ ସପନ ମୂରୁଜ
ସପନର କୁହୁକ ଛଡ଼ି ଧରି ଆଗକୁ ଯିବାକୁ ହେବ
ସମୟକୁ ସାଥେ ନେଇ ଚାଲିଯିବାର ସାହସ
ଆଗକୁ ବଢ଼଼ିବାର ଅତୁଟ ପ୍ରୟାସ
ନିଜକୁ ଭଲ ପାଉଥିବାର ଅନନ୍ତ ପ୍ରୟାସ
ଏହା ହିଁ ତ ବଦଳାଇ ଦେବ ଜୀବନର ଦିଗ …
ଏତେ ପ୍ରତିକୂଳ ସମୟର ସାଥେ
ଅଧୁରା ସପନ ନେଇ ବଞ୍ଚି ଶିଖିବାକୁ ହେବ
ଭାଙ୍ଗିରୁଜି ଯାଇଥିବା ସମନକୁ
ସାଉଁଟି ସଜାଡ଼ିବାକୁ ହେବ;ଏଇତ ପ୍ରୟାସ
ମୁଣ୍ଡ ଟେକି ପ୍ରତିବାଦ କରିବାକୁ ହେବ
ସମୟ ତା ବାଟ ଫିଟାଇବ
ରାତ୍ରିର ବିଦାୟ ପରେ ଉଦୟର ପର୍ବ; ମନେ ରହୁ ଏତିକି ବିଶ୍ୱାସ
ବିଶ୍ୱାସ ତୁଟିଲେ ସିନା ପ୍ରଳୟ ଆସିବ
ସମୟ ଢ଼େଉ ଆଗେ ମଥାପାତି ରହିଯିବ;କ୍ଷଣିକ ସାହସ
ଏଇତ ଗଢ଼ି ତୋଳିବାର ନବୀନ ଉଚ୍ଛ୍ୱାସ
ଗଢ଼ିବା ଭାଙ୍ଗିବା ଯାହାଙ୍କର ଇସାରା
ସେ ହିଁ ପାରିବେ ସମୟର ଦିଗ ବଦଳାଇ
ସେ ଯେ ଭିନ୍ନ ଏକ ସୁଯୋଗର ସ୍ରଷ୍ଟା
ମନେ ମନେ ତାଙ୍କୁ ପାଖକୁ ଆଣିବା ଟାଣି;ତାଙ୍କୁ ସୁମରିବା
ସେ ହିଁ ପାରିବେ ଢ଼େଉର ପ୍ରକୋପରୁ ରକ୍ଷା କରି
ସେ ହିଁ ତ୍ରାଣକତ୍ତା ର୍
ଦୁଃଖଦାତା, ସୁଖଦାତା, ଗତିମୁକ୍ତି ଦାତା
ତା’ ଶରଣ ବିନା ଜୀବନ ଜୀଇଁବା
କେମିତି କରିବ କଳନା
ସେ ଯେ, ନଟକାରୀ, ତା’ ହାତର ଖେଳନା,
ତା’ ଶରଣ ବିନା ଜୀବନ ଜୀଇଁବା କରେନି କଳନା

Comments are closed.