କଟକ: କେନ୍ଦ୍ରପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ। କେନ୍ଦ୍ରାପଡା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ପକ୍ଷରୁ ଆଜି ସର୍ତ୍ତମୂଳକ ଅନୁମତି ମିଳିଛି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଯାଇପାରିବେ ସାରଥୀ। ୨ ମାସରେ କେବଳ ଥରେ କେନ୍ଦ୍ରାପଡା ବାରିମୂଳ ଯିବାକୁ ଅନୁମତି ମିଳିଛି।
ହେଲେ କେନ୍ଦ୍ରାପଡ଼ାରେ ରାତ୍ରୀ ଯାପନ କରିପାରିବେନି ସାରଥୀ। ସକାଳ ସାଢେ ୫ରୁ ସନ୍ଧ୍ୟା ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରବଚନ ଦେବା ଉପରେ ଲାଗିଥିବା ଅଙ୍କୁଶ ବଲବତ୍ତର ରହିବ।
ଏହି ସର୍ତ୍ତ କୋହଳ କରିବାକୁ କୋର୍ଟ ସିଧାସଳଖ ମନା କରି ଦେଇଛନ୍ତି। କିନ୍ତୁ ଯିବା ଆଗରୁ ପୋଲିସ ଏବଂ ୭ ଦିନ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।