ସାମଗ୍ରୀ- ସିମେଇ, କ୍ଷୀର, ବଟର, ଭାନିଲା ଏସେନ୍ସ, ଅଣ୍ଡା, କାଜୁ, କିସ୍ମିସ୍ ଓ ଚିନି
ପ୍ରଣାଳୀ- ପ୍ରଥମେ ଅଣ୍ଡାକୁ ଭାଙ୍ଗି ଫେଣ୍ଟି ନିଅନ୍ତୁ । ଏହାପରେ ସେଥିରେ କ୍ଷୀର, ଚିନି ଓ ବଟର ମିଶାଇ ଭଲ ଭାବରେ ପୁଣି ଫେଣ୍ଟଟନ୍ତୁ । ଅନ୍ୟପଟରେ, ସିମେଇକୁ କଢ଼େଇରେ ଅଳ୍ପ ଆଞ୍ଚରେ ଭାଜି ନିଅନ୍ତୁ । ଏହାପରେ କଢ଼େଇରୁ ସିମେଇକୁ ବାହାର କରି ଥଣ୍ଡା କରନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା, ବଟର, କ୍ଷୀର ଓ ଚିନି ଫେଣ୍ଟାରେ ଥଣ୍ଡା ସିମେଇ, ଭାନିଲା ଏସେନ୍ସ, କାଜୁ ଓ କିସ୍ମିସ୍ ପକାଇ ଗୋଳାନ୍ତୁ । ଏହାପରେ ପ୍ରେସର୍ କୁକର୍ରେ ପାଣି ଦେଇ, ପୁଡିଂ ପାତ୍ରରେ ତିଆରି ମିଶ୍ରଣକୁ ଢ଼ାଳି ଷ୍ଟିମ୍ ବା ବାମ୍ଫ ଦିଅନ୍ତୁ । ଷ୍ଟିମ୍ ହୋଇଗଲା ପରେ ତାହାକୁ ଏକ ପ୍ଲେଟ୍ରେ ବାହାର କରି କାଜୁରେ ସଜାନ୍ତୁ । ଆପଣ ଚାହିଁଲେ ମନ ପସନ୍ଦର ଡ୍ରାଏ ଫ୍ରୁଟ୍ସ ପୁଡିଂରେ ପକାଇପାରିବେ ।
Comments are closed.