ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

0

ଅନୁଗୁଳ : ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ ଧରିଛି ଭିଜିଲାନ୍ସ। ଜମିବାଡ଼ି ଭାଗ ପାଇଁ ସେ ଲାଞ୍ଚ ନେଉଥିଲେ । ତେବେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି। ତାଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇ ଗିରଫ କରିଛି ଭିଜିଲାନ୍ସ ।

ସୂଚନାନୁସାରେ,କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଜମିବାଡ଼ି ଭାଗ ପାଇଁ ୬ ମାସ ଯାଏଁ ଦଉଡ଼ାଇଥିଲେ ବରିଷ୍ଠ କିରାଣୀ । ପରେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ଏନେଇ ଚରଣ ନାୟକ ଭିଜିଲାନ୍ସ କର୍ମଚାରୀଙ୍କୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ସତ୍ୟପ୍ରିୟ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Leave A Reply

Your email address will not be published.