ମୁମ୍ବାଇ: ଅକ୍ଟୋବର ୦୪: କ୍ରୁଜ୍ ଜାହାଜରେ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ନାକ୍ରୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ (ଏନ୍ସିବି) ସେମାନଙ୍କୁ ଗତକାଲି ଗିରଫ କରିଛି । ତେବେ ଏନ୍ସିବି ଏହାର ମାମଲାରେ ସେମାନଙ୍କୁ ଜଣ ଜଣ କରି ମାରାଥନ୍ ପଚରାଉଚରା କରିଛି । ଏଥିରେ ଆର୍ଯ୍ୟନ ଡ଼ରି ଯାଇଥିଲେ ଓ କାନ୍ଦିବାକୁ ଲାଗିଥିଲେ । ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଆର୍ଯ୍ୟନ ବିଦେଶରେ ମଧ୍ୟ ମାଦକ ଦ୍ରବ୍ୟ ସେବନ କରନ୍ତି ।
ଖବର ଅନୁସାରେ, ଗିରଫ ପରେ ଆର୍ଯ୍ୟନଙ୍କୁ ଏନ୍ସିବି ଅଧିକାରୀମାନେ ପିତା ଶାହାରୁଖଙ୍କ ସହ ଦୁଇ ମିନିଟ୍ ଫୋନ୍ ଯୋଗେ କଥାବାର୍ତ୍ତା ହେବାକୁ ସୁଯୋଗ ଦେଇଥିଲେ । ଗତ ରବିବାର ଦିନ ରେଭ୍ ପାର୍ଟିରୁ ଏନ୍ସିବି ୮ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଆର୍ଯ୍ୟନ ରହିଥିଲେ । ଆର୍ଯ୍ୟନଙ୍କ ବ୍ୟତୀତ ଅନ୍ୟମାନଙ୍କ ନାମ ହେଲା- ମୁନ୍ମୁନ୍ ଧାମେଚା, ଅର୍ବାଜ ମର୍ଚାଣ୍ଟ, ମୋହକ ଜସବାଲ, ଗୋମିତ ଚେପ୍ରା, ଇସ୍ମିତ ସିଂହ, ନୂପୁର ସାରିକା ଓ ବିକ୍ରାନ୍ତ ଛୋକର ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)