ଶାହି ଆଳୁ ପନିର

ସାମଗ୍ରୀ:
୪ଟି ମଧ୍ୟମ ଆକାର ସିଝା ଆଳୁ, ୩୦୦-୫୦୦ ଗ୍ରାମ ପନିର, ଅଧା କପ ମେଥି,ଏକ ବଡ ଚାମଚ ଘିଅ, କଟା ହୋଇଥିବା ଅଦା,୨-୩ କଞ୍ଚା ଲଙ୍କା, କଟା ହୋଇଥିବା ୪ଟି ଟମାଟୋ,୧୦ ପାଖୁଡା ରସୁଣର ପେଷ୍ଟ, ଦେଢ କପ ଦହି, ସ୍ୱାଦନୁସାରେ ଲୁଣ, ଅଧା ଚାମଚ ଧନିଆ ପାଉଡର, ସ୍ୱାଦନୁସାରେ ଶୁଖିଲା ଲଙ୍କା ପେଷ୍ଟ, ଅଧା କପ ପାଣି, ୧୦ଟି ବାଦାମର ଛୋଟ ଛୋଟ ଖଣ୍ଡ,୧୫-୧୬ କିଶମିଶ, ୧୦-୧୫ ପେସ୍ତା କଟା ହୋଇଥିବା, ଚିମୁଟାଏ କେଶର ,ଚିମୁଟାଏ ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର ।

ପ୍ରସ୍ତୁତି:
ସିଝା ଆଳୁ ଏବଂ ପନିରକୁ କାଟି ଏକ ବଡ ବାଉଲରେ ରଖ;ୁ । ପରେ ଏଥିରେ ଦହି, ଶୁଖିଲା ମେଥି, ଅଦା ରସୁଣ ପେଷ୍ଟ, କଟା ହୋଇଥିବା ଟମାଟୋ, କଞ୍ଚାଲଙ୍କା, ୩/୪ ଚାମଚ ଳଙ୍କାଗୁଣ୍ଡ, ଲୁଣ, ବାଦାମ, ପେସ୍ତା, କିଶମିଶ ଏବଂ ଅଧା ଚାମଚ ଧନିଆ ପାଉଡର ପକାଇ ମିଶ୍ରଣ କରା;ୁ । ଏବେ ଏକ ପ୍ୟାନ ବସାଇ ଘିଅ ଗରମ କର;ୁ । ଗରମ ହେବା ପରେ ସମସ୍ତ ସାମଗ୍ରୀକୁ ପ୍ୟାନରେ ପକା;ୁ । ଏହାକୁ କିଛି ସମୟ ମଧ୍ୟମ ଆଞ୍ଚରେ ଛାଡିଦିଅ;ୁ । କିଛି ସମୟ ପରେ ଅଧା ଚାମଚ ଗୋଲମରିଚ ଗୁଣ୍ଡ ଏବଂ କେଶର ପକାଇ ଗୋଳାଇ ଦିଅ;ୁ । ପରେ କଟା ହୋଇଥିବା ଧନିଆ ପତ୍ରକୁ ସଜାଇ ଗରମ ଗରମ ସର୍ଭ କର;ୁ ।

Comments are closed.