ବୌଦ୍ଧ : ଭେଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ସହର ରାଜନପାଲିର ପାର୍ଥ ସାରଥି ମହାନ୍ତିଙ୍କ ଘରେ ଶଳା ସୌରଭ ପଟ୍ଟନାୟକ ରହିଆସୁଥିଲୋ ଦେହ ଖରାପ ଯୋଗୁଁ ଶ୍ରୀ ମହାନ୍ତି କଟକ ଯାଇ ଚିକିସିିତ ହେଉଥିଲେ । ଚିକିସିିତ ପରେ ଘରକୁ ଗତ ୫.୧୨.୨୦୨୧ ତାରିଖ ଦିନ ଫେରିବା ପରେ ଘରର ଜିନିଷ ପତ୍ର , ସୁନା ଗହଣା ଓ ବୁଲେଟ ମଟରସାଇକେଲ ନଥିବା ଦେଖିବାକୁ ପାଇଥିଲେ । ଏପେଟ ଶଳା ସୌରଭ ମଧ୍ୟ ଘରେ ନଥିବା ଜଣାପଡିଥିଲା ।
ଏନେଇ ଶ୍ରୀ ମହାନ୍ତି ତଦନ୍ତ କରିବାରେ ବୁଲେଟ ମଟରସାଇକେଲଟି ବଗିଚା ସାହିର ଜନୈକ ବ୍ୟକ୍ତିଙ୍କ ପାଖରେ ଥିଲା । ସେ ମାଗିଯିବାରୁ ତାଙ୍କୁ ଗତ ୧୦.୧୨.୨୦୨୧ରେ ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ଗତ ୨୩.୧୨.୨୦୨୧ ରେ ଶୀ୍ର ମହାନ୍ତି ବୌଦ୍ଧ ଏସଡିଜେଏମଙ୍କ ଅଦାଲତରେ ଏକ କଂପ୍ଳେନ କେସ ୧୫/୨୧ରେ ଦାଖଲ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୩୨୭/୨୧ରେ ରୂଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦୀର୍ଘ ଦିନ ପରେ ବୌଦ୍ଧ ପୋଲିସ ପକ୍ଷରୁ ଶଳା ସୌରଭ ପଟ୍ଟନାୟକୁ ରବିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ ସୁଚନା ଦେଇଛନ୍ତି । କି;ୁ ଏପେଟ ଏହି ଘଟଣାରେ ଯେଉଁ ମାନେ ସୁନା ଗହଣା କ୍ରୟ କରିଥିଲେ ସେମାନେ ସୁନା ଫେରସ୍ତ ପରେ ପୋଲିସ ଛାଡିଥିବା ନେଇ ଜଣାପଡିଛି ।
Comments are closed.