ଶମୀ ବୃକ୍ଷ : ଶନିଙ୍କର ସବୁ ପ୍ରକାର ଗ୍ରହଦୋଷରୁ ମିଳିବ ମୁକ୍ତି

ଜ୍ୟୋତିଷ ଶାସ୍ତ୍ରରେ ଶନିଗ୍ରହ କୁ ସବୁଠାରୁ ନିଷ୍ଠୁର ଗ୍ରହ ଭାବରେ କୁହାଯାଏ I ଶନି ଙ୍କ ନଜର ପଡିଲେ ବ୍ୟକ୍ତି କୁ ତଳି ତଳାନ୍ତ କରିଥାଏ I କିନ୍ତୁ କେଉଁଠାରେ ଶନି ଶନିଙ୍କ ବ୍ୟକ୍ତି ରାଜସ୍ୱ ରୁ ରଙ୍କ ହେଉଥିବାବେଳେ କେଉଁ ଜାତକରେ ଶନି ଙ୍କ କୃପାରୁ ବ୍ୟକ୍ତି ରଙ୍କ ରୁ ରାଜା ହୋଇଥାଏ I କୁହାଯାଏ ଶନି ଗ୍ରହ ବ୍ୟକ୍ତି ର କର୍ମ ଅନୁଯାୟୀ ଶୁଭ, ଅଶୁଭ ଫଳ ଦେଇଥାନ୍ତି I ସେହି ଅନୁସାରେ ଶନି ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ I ଆମେ ଏ ଭଳି ଏକ ଗଛ ବିଷୟରେ କହୁଛୁ ଯାହା କି ଶନି ଦେବ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ I ଏହି ଗଛର କିଛି ପ୍ରତିକାର କଲେ ଶନି ଦଶIରୁ ମୁକ୍ତି ମିଳିଥାଏ I ଆସନ୍ତୁ ଜାଣିବା ଏହି ଗଛ ବିଷୟରେ :

ଜ୍ୟୋତିଷ ଶାସ୍ତ୍ରରେ ବୃକ୍ଷ ଓ ଉଦ୍ଭିଦମାନଙ୍କର ସମ୍ପର୍କ ଗ୍ରହମାନଙ୍କ ସହିତ ଜଡିତ ବୋଲି ବିଚାର କରାଯାଏ I ଆଜି ଆମେ ଆପଣଙ୍କୁ ସେହିପରି ଏକ ବୃକ୍ଷ ବିଷୟରେ କହିବାକୁ ଯାଉଛୁ I ଆପଣମାନେ ସମସ୍ତେ ଶମି ଗଛ ଜାଣିଥିବେ I ଶମୀ ବୃକ୍ଷ ଶନିଙ୍କ ପାଇଁ ହୋଇଥିବା ବେଳେ,ଶମୀ ବୃକ୍ଷ ର ପତ୍ର ଶିବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ହୋଇଥାଏ I

କେଉଁ ଦିଗରେ ଲଗାଇବେ ଶମୀ ବୃକ୍ଷ :
ଶମୀ ବୃକ୍ଷ ଘରେ ଲଗାଇଲେ ଧନ ର ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି I ଏହି ବୃକ୍ଷ ଲଗାଇବା ପାଇଁ ଘରର ଐଶାନ୍ୟ କୋଣ ସଠିକ ଦିଗ ହୋଇଥାଏ I ଯଦି ଘରେ ଏହି ଦିଗରେ ଗଛ ଲଗାଇବା ପାଇଁ ଅଧିକ ଜାଗା ନ ଥାଏ ,ତେବେ ଆପଣ ଏହାକୁ ଏକ ଛୋଟ ଗାମଲାରେ ମଧ୍ୟ ଲଗାଇ ପାରିବେ I

ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଏହାକୁ ଦର୍ଶନ କରି ଯାନ୍ତୁ :
ଶମୀ ଗଛ ବ୍ୟକ୍ତିର ସମସ୍ତ ରିଷ୍ଟ ଖଣ୍ଡନ କରିଥାଏ I ଆପଣ କୌଣସି ଶୁଭକାର୍ଯ୍ୟରେ ଯିବା ସମୟରେ ଯଦି ଶମୀ ବୃକ୍ଷ ଦର୍ଶନ କରି ଯାନ୍ତି I ଆପଣଙ୍କ ର ନିଶ୍ଚିତ କାର୍ଯ୍ୟସିଦ୍ଧି ହେବ I ଏହା ସହିତ ମନରେ ଆସୁଥିବା ନକାରାତ୍ମକ ଶକ୍ତି ଦୂର ହେବ I

ଶମୀ ବୃକ୍ଷର ପତ୍ର ଶିବଙ୍କର ହୋଇଥାଏ ଅତ୍ୟନ୍ତ ପ୍ରିୟ :
ଯେପରି ଶମୀ ବୃକ୍ଷ ଶନି ଙ୍କର ପ୍ରିୟ,ସେହିପରି ଏହାର ପତ୍ର ଶିବ ନକ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ I ପ୍ରତି ସୋମବାର,ପ୍ରଦୋଷ ,ଚତୁର୍ଦଶୀ କିମ୍ବା ଶନିବାର ଦିନ ଶିବ ମନ୍ଦିର ରେ ପୂଜା ସମୟରେ ଏହାକୁ ଠାକୁରଙ୍କୁ ଅର୍ପଣ କଲେ ଶିବ ପ୍ରସନ୍ନ ହୋଇଥାନ୍ତି I ବ୍ୟକ୍ତି ର ଶନି ଦୋଷ ଖଣ୍ଡନ ହେବା ସହିତ ଦୀର୍ଘାୟୁ ହୋଇଥାଏ I

କେଉଁଦିନ ଲଗାଇବେ ଗଛ :
ଯଦି ଆପଣ ଘରେ ଶାମି ଗଛ ଲଗାଇବାକୁ ଚାହୁଁଛନ୍ତି , ତେବେ ଶନିବାର ହେଉଛି ସବୁଠାରୁ ଉପଯୁକ୍ତ ଦିନ I ଏହି ଦିନ ଘରେ ଶମୀ ବୃକ୍ଷ ଲଗାଇ ସନ୍ଧ୍ୟାବେଳେ ଧୂପ ଦୀପ ଦିଅନ୍ତୁ I ଏଥିରୁ ଆପଣଙ୍କ ଜାତକରେ ଥିବା ଶନି ଙ୍କର କୁ ପ୍ରଭାବ ଖଣ୍ଡନ ହୋଇଥାଏ I ଏହା ସହିତ ଆପଣଙ୍କ ଆର୍ଥିକ ଦିଗଟି ପ୍ରଶସ୍ତ ହୋଇଥାଏ I

ନକାରାତ୍ମକ ଶକ୍ତି ଦୂର କରିଥାଏ :
ଶମୀ ବୃକ୍ଷକୁ ଘରର ମୁଖ୍ୟ ଗେଟ ର ବାମ ପଟେ ଲଗାନ୍ତୁ I ଏହା ଘରକୁ ନକାତ୍ମକ ଶକ୍ତି କୁ ପ୍ରବେଶ କରିବାକୁ ଦିଏ ନାହିଁ I ଏହା ସହିତ ଘରର ସମସ୍ତ ପ୍ରକାର ବାସ୍ତୁ ଦୋଷ କୁ ମଧ୍ୟ ଦୂର କରିଥାଏ I ଘର କୁ ଯିବା ଆସିବା ସମୟରେ ଶମୀ ବୃକ୍ଷ କୁ ଦର୍ଶନ କରି ଗଲେ ମନରେ ଥିବା ସମସ୍ତ ପ୍ରକାର ନ କାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ଶୁଭ ଫଳ ମିଳିଥାଏ I

Comments are closed.