ବଞ୍ଚିଛନ୍ତି ଶୀନା ବୋରା: ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଲେ ଚିଠି

ମୁମ୍ବାଇ: ଡିସେମ୍ବର ୧୬: ୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତା ପୂର୍ବତନ ଏକ ମିଡିଆର ମୁଖ୍ୟ ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଝିଅ ଶୀନା ବୋରା ବଞ୍ଚିଛି ବୋଲି ଲେଖିଛନ୍ତି । ଝିଅ କାଶ୍ମୀରରେ ରହିଛି ବୋଲି ଇନ୍ଦ୍ରାଣୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଏହାସହିତ ଇନ୍ଦ୍ରାଣୀ ଆହୁରୀ ମଧ୍ୟ ଲେଖିଛନ୍ତିଯେ, କିଛି ଦିନ ତଳେ ଜଣେ ମହିଳା ତାଙ୍କୁ ଜେଲ୍‌ରେ ଭେଟିଥିଲେ । ସେହି ମହିଳା ଜଣଙ୍କ ଶୀନାଙ୍କୁ କାଶ୍ମୀରରେ ଦେଖିଥିବା କହିଛନ୍ତି । ଏନେଇ ଇନ୍ଦ୍ରାଣୀ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ବଞ୍ଚିଛନ୍ତି ଶୀନା ବୋରା: ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଲେ ଚିଠି
ଇନ୍ଦ୍ରାଣୀ ମୁଖାର୍ଜୀ

ଅନ୍ୟପକ୍ଷରେ, ଇନ୍ଦ୍ରାଣୀଙ୍କ ଓକିଲ ଏନେଇ କିଛି ଜାଣି ନଥିବା ନେଇ କହିଛନ୍ତି ।
ଉକ୍ତ ଚିିଠି ବ୍ୟତିତ ଇନ୍ଦ୍ରାଣୀ ସ୍ପେସାଲ୍‌ ସିବିଆଇ କୋର୍ଟରେ ମଧ୍ୟ ଆବେଦନ କରିଛନ୍ତି । ଯଥା ଶୀଘ୍ର ତାଙ୍କ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି ।
ଶୀନା ବୋରା ହତ୍ୟା ମାମଲାରେ ୨୦୧୫ରୁ ଇନ୍ଦ୍ରାଣୀ ମୁଖାର୍ଜୀ ଗିରଫ ହୋଇଛନ୍ତି । ସେ ଏବେ ମୁମ୍ବାଇର ବାଇକୁଲ୍ଲା ଜେଲ୍‌ରେ ନିଜ ଦଣ୍ଡ ଭୋଗୁଛନ୍ତି । ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଅଗ୍ରାହ୍ୟ କରିଦେଇଥିଲେ ।

ସୂଚନା ଥାଉଯେ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର୍‌ ଶ୍ୟାମବର ରାୟ ଶୀନ ବୋରାଙ୍କୁ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ ହତ୍ୟା କରିଥିବା ଘଟାଣାର ପର୍ଦଫାସ କରିଥିଲେ । ଘଟଣା ଅନୁସାରେ, ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ଦୁଇ ସନ୍ତାନ ଶୀନା ଓ ମିଖେଲ୍‌ଙ୍କୁ ପରିତ୍ୟାଗ କରିଥିଲେ । ସେମାନେ ଦୁହେଁ ଗେହାଟି ସ୍ଥିତ ଅଜାଆଈଙ୍କ ଘରେ ରହୁଥିଲେ । ଏ ଭିତରେ ଇନ୍ଦ୍ରାଣୀ ମିଡିଆ ଏକkିକୁ୍ୟଟିଭ୍‌ ପିଟର୍‌ ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହର ହୋଇଥିବାର ଏକ ଫଟୋ ପତ୍ରିକାରେ ଦେଖିବା ପରେ ଶୀନା ମାଆଙ୍କ ବିଷୟରେ ସବୁକଥା ଜାଣିପାରିଥିଲେ ।

ବଞ୍ଚିଛନ୍ତି ଶୀନା ବୋରା: ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଲେ ଚିଠି ମୁମ୍ବାଇ: ଡିସେମ୍ବର ୧୬: ୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତା ପୂର୍ବତନ ଏକ ମିଡିଆର ମୁଖ୍ୟ ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ ଝିଅ ଶୀନା ବୋରା ବଞ୍ଚିଛି ବୋଲି ଲେଖିଛନ୍ତି । ଝିଅ କାଶ୍ମୀରରେ ରହିଛି ବୋଲି ଇନ୍ଦ୍ରାଣୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଏହାସହିତ ଇନ୍ଦ୍ରାଣୀ ଆହୁରୀ ମଧ୍ୟ ଲେଖିଛନ୍ତିଯେ, କିଛି ଦିନ ତଳେ ଜଣେ ମହିଳା ତାଙ୍କୁ ଜେଲ୍‌ରେ ଭେଟିଥିଲେ । ସେହି ମହିଳା ଜଣଙ୍କ ଶୀନାଙ୍କୁ କାଶ୍ମୀରରେ ଦେଖିଥିବା କହିଛନ୍ତି । ଏନେଇ ଇନ୍ଦ୍ରାଣୀ ସିବିଆଇ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷରେ, ଇନ୍ଦ୍ରାଣୀଙ୍କ ଓକିଲ ଏନେଇ କିଛି ଜାଣି ନଥିବା ନେଇ କହିଛନ୍ତି । ଉକ୍ତ ଚିିଠି ବ୍ୟତିତ ଇନ୍ଦ୍ରାଣୀ ସ୍ପେସାଲ୍‌ ସିବିଆଇ କୋର୍ଟରେ ମଧ୍ୟ ଆବେଦନ କରିଛନ୍ତି । ଯଥା ଶୀଘ୍ର ତାଙ୍କ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି । ଶୀନା ବୋରା ହତ୍ୟା ମାମଲାରେ ୨୦୧୫ରୁ ଇନ୍ଦ୍ରାଣୀ ମୁଖାର୍ଜୀ ଗିରଫ ହୋଇଛନ୍ତି । ସେ ଏବେ ମୁମ୍ବାଇର ବାଇକୁଲ୍ଲା ଜେଲ୍‌ରେ ନିଜ ଦଣ୍ଡ ଭୋଗୁଛନ୍ତି । ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଅଗ୍ରାହ୍ୟ କରିଦେଇଥିଲେ ।  ସୂଚନା ଥାଉଯେ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର୍‌ ଶ୍ୟାମବର ରାୟ ଶୀନ ବୋରାଙ୍କୁ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ ହତ୍ୟା କରିଥିବା ଘଟାଣାର ପର୍ଦଫାସ କରିଥିଲେ । ଘଟଣା ଅନୁସାରେ, ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ଦୁଇ ସନ୍ତାନ ଶୀନା ଓ ମିଖେଲ୍‌ଙ୍କୁ ପରିତ୍ୟାଗ କରିଥିଲେ । ସେମାନେ ଦୁହେଁ ଗେହାଟି ସ୍ଥିତ ଅଜାଆଈଙ୍କ ଘରେ ରହୁଥିଲେ । ଏ ଭିତରେ ଇନ୍ଦ୍ରାଣୀ ମିଡିଆ ଏକkିକୁ୍ୟଟିଭ୍‌ ପିଟର୍‌ ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହର ହୋଇଥିବାର ଏକ ଫଟୋ ପତ୍ରିକାରେ ଦେଖିବା ପରେ ଶୀନା ମାଆଙ୍କ ବିଷୟରେ ସବୁକଥା ଜାଣିପାରିଥିଲେ । ଏହାପରେ ଶୀନା ମୁମ୍ବାଇ ଯାଇ ମାଆ ଇନ୍ଦ୍ରାଣୀଙ୍କୁ ଭେଟିଥିଲେ । ହେଲେ ଇନ୍ଦ୍ରାଣୀ ଶୀନାଙ୍କୁ ନିଜ ଭଉଣୀ ବୋଲି ସମସ୍ତ ଆଗରେ ପରିଚୟ ଦେଇଥିଲେ । ଏହିପରିକି ନିଜ ସ୍ୱାମୀଙ୍କୁ ମଧ୍ୟ ଏହି ପରିଚୟ ଇନ୍ଦ୍ରାଣୀ ଦେଇଥିଲେ । କି;ୁ, ୨୦୧୨ରୁ ହଠାତ୍‌ ଶୀନାଙ୍କର କୌଣସି ପତ୍ତା ମିଳିନଥିଲା । ଇନ୍ଦ୍ରାଣୀଙ୍କ ଦ୍ୱିତୀୟ ସ୍ୱାମୀ ତଥା ମିଡିଆ ଏକkିକୁ୍ୟଟିଭ୍‌ ପିଟର୍‌ଙ୍କ ପ୍ରଥମ ବିବାହରୁ ଜାତ ସନ୍ତାନ ରାହୁଲ୍‌ ମୁଖାର୍ଜୀ ଶୀନାଙ୍କର ସନ୍ଧାନ ନେବାକୁ ଉଦ୍ୟମ କରିଥିଲେ । କାରଣ, ନିରୁଦ୍ଦିଷ୍ଟ ହେବାର କିଛି ଦିନ ପୂର୍ବରୁ ରାହୁଲ ଓ ଶୀନାଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ିଉଠିଥିଲା । ପୋଲିସର ତଦନ୍ତ ପରେ ଶେଷରେ ୨୦୧୫ରେ ଘଟଣାର ତଦନ୍ତକାରୀମାନଙ୍କ ହତ୍ୟାର ସୂଚନା ଦେଇଥିଲେ । ସେମାନେ କହିଥିଲେ, ଇନ୍ଦ୍ରାଣୀ ଶୀନାଙ୍କୁ ମୁମ୍ବାଇର ବାନ୍ଦ୍ରାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ପରେ ଶବକୁ ରିଆଗଡ଼ ଜିଲ୍ଲାରେ ଫିଙ୍ଗି ଦେଇଥିଲେ । କି;ୁ ଇନ୍ଦ୍ରାଣୀ ଏକଥା ଅସ୍ୱୀକାର କରି ଆସୁଛନ୍ତି ।
ଶୀନା ବୋରା

ଏହାପରେ ଶୀନା ମୁମ୍ବାଇ ଯାଇ ମାଆ ଇନ୍ଦ୍ରାଣୀଙ୍କୁ ଭେଟିଥିଲେ । ହେଲେ ଇନ୍ଦ୍ରାଣୀ ଶୀନାଙ୍କୁ ନିଜ ଭଉଣୀ ବୋଲି ସମସ୍ତ ଆଗରେ ପରିଚୟ ଦେଇଥିଲେ । ଏହିପରିକି ନିଜ ସ୍ୱାମୀଙ୍କୁ ମଧ୍ୟ ଏହି ପରିଚୟ ଇନ୍ଦ୍ରାଣୀ ଦେଇଥିଲେ । କି;ୁ, ୨୦୧୨ରୁ ହଠାତ୍‌ ଶୀନାଙ୍କର କୌଣସି ପତ୍ତା ମିଳିନଥିଲା । ଇନ୍ଦ୍ରାଣୀଙ୍କ ଦ୍ୱିତୀୟ ସ୍ୱାମୀ ତଥା ମିଡିଆ ଏକkିକୁ୍ୟଟିଭ୍‌ ପିଟର୍‌ଙ୍କ ପ୍ରଥମ ବିବାହରୁ ଜାତ ସନ୍ତାନ ରାହୁଲ୍‌ ମୁଖାର୍ଜୀ ଶୀନାଙ୍କର ସନ୍ଧାନ ନେବାକୁ ଉଦ୍ୟମ କରିଥିଲେ । କାରଣ, ନିରୁଦ୍ଦିଷ୍ଟ ହେବାର କିଛି ଦିନ ପୂର୍ବରୁ ରାହୁଲ ଓ ଶୀନାଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ିଉଠିଥିଲା ।
ପୋଲିସର ତଦନ୍ତ ପରେ ଶେଷରେ ୨୦୧୫ରେ ଘଟଣାର ତଦନ୍ତକାରୀମାନଙ୍କ ହତ୍ୟାର ସୂଚନା ଦେଇଥିଲେ । ସେମାନେ କହିଥିଲେ, ଇନ୍ଦ୍ରାଣୀ ଶୀନାଙ୍କୁ ମୁମ୍ବାଇର ବାନ୍ଦ୍ରାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ପରେ ଶବକୁ ରିଆଗଡ଼ ଜିଲ୍ଲାରେ ଫିଙ୍ଗି ଦେଇଥିଲେ । କି;ୁ ଇନ୍ଦ୍ରାଣୀ ଏକଥା ଅସ୍ୱୀକାର କରି ଆସୁଛନ୍ତି ।

Comments are closed.