ଗାଳି ମୋ ପାଇଁ ଆଶୀର୍ବାଦ

ସଞ୍ଜୟ ଲୀଲା ଭଂସାଲି ନିଜ ଫିଲ୍ମକୁ ନେଇ କେତେ ପରିଶ୍ରମ କରିଥାନ୍ତି ଏହା କାହାକୁ ଅଛପା ନାହିଁ । ଏବେ ପାଣ୍ଡ୍ୟା ଷ୍ଟୋର ଅଭିନେତ୍ରୀ ସାଇନି ଦୋଷୀ ସଞ୍ଜୟ ଲୀଲା ଭଂସାଲିଙ୍କୁ ନେଇ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି । ସେ କହିଛନ୍ତି ତାଙ୍କ ପାଇଁ ଭଂସାଲିଙ୍କ ସହ କାମ କରିବା ବହୁତ କଠିନ ହୋଇଛି ।
ଗାଳି ମୋ ପାଇଁ ଆଶୀର୍ବାଦ

ସାଇନି ନିଜ ଶୋ ପାଣ୍ଡ୍ୟା ଷ୍ଟୋର କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସାଇନି ଏବେ ଭଂସାଲିଙ୍କ ସହ କାମ କରିବାକୁ ନେଇ ନିଜ ଅନୁଭୂତି ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ସାଇନି ଭଂସାଲିଙ୍କ ସରସ୍ୱତୀଚନ୍ଦ୍ରରୁ ଟେଲି ଦୁନିଆରେ ପାଦ ରଖିଥିଲେ ।
ଗାଳି ମୋ ପାଇଁ ଆଶୀର୍ବାଦ

ତେବେ ସାଇନିଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନ ଥିଲା । ସେ କହିଛନ୍ତି ମୁଁ ୨୦୧୨ରେ ସରସ୍ୱତୀଚନ୍ଦ୍ରରେ କାମ ଆରମ୍ଭ କରିଥିଲି । ସେତେବେଳେ ମୋତେ କିଛି ବି ଆସୁ ନ ଥିଲା । ନିର୍ଦ୍ଦେଶକ ମୋ ଉପରେ ବଡ ପାଟି କରି ଚିଲାଉଥିଲେ । ଏହା ମୋ ପାଇଁ ବହୁତ ଲଜ୍ଜାଜନକ ଥିଲା ।

ଗାଳି ମୋ ପାଇଁ ଆଶୀର୍ବାଦ

ମୁଁ କୌଣସି ଏକ ଭୁଲ୍‌ ଯାଗାରେ ଆସିଯିବା ପରି ଅନୁଭବ କରୁଥିଲି । ଗାଳି ଶୁଣି ମୁଁ ନିଜକୁ ରୋକି ପାରୁ ନ ଥିଲି । ବାଥରୁମ୍‌ରେ ଯାଇ ଚୁପଚାପ୍‌ କାନ୍ଦୁଥିଲି । ଏହାପରେ ମୁଁ ନିଜ ଭିତରେ ସାହାସ ସଞ୍ଚୟ କରି ସେଟ୍‌କୁ ପୁଣି ଫେରି ଆସୁଥିଲି । ପ୍ରତି ସିନ୍‌ର ଶୁଟିଂ ପୂର୍ବରୁ ସେ ବହୁତ ଡରି ଯାଉଥିଲେ । ତାଙ୍କର କୌଣସି ଟେକନିକାଲ୍‌ ଜ୍ଞାନ ବି ନ ଥିଲା ।

ଗାଳି ମୋ ପାଇଁ ଆଶୀର୍ବାଦ

କିନ୍ତୁ ଏହା ତାଙ୍କର ଡ୍ରିମ୍‌ ପ୍ରୋଜେକଫ ଥିଲା । ସାଇନି କହିଛନ୍ତି ଭଂସାଲିଙ୍କ ଗାଳି ହିଁ ମୋତେ ମଜଭୁତ କରିଛି ଅର୍ଥାତ୍‌ ତାଙ୍କ ଗାଳି ହିଁ ମୋ ପାଇଁ ଆଶୀର୍ବାଦ ପାଲଟି ଯାଇଥିଲା ।

Comments are closed.