ଓସ୍କାର ଦୌଡ଼ରେ କ୍ଷୁଦ୍ର ଚଳଚ୍ଚିତ୍ର ଅନୁଜା

ସମୟ ବ୍ୟୁରୋ:ଭାରତୀୟ ସିନେମା ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ଓସ୍କାର ଦୌଡରେ ସାମିଲ ହୋଇଛି ସିନେମା ଅନୁଜା।ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ‘ଅନୁଜା’ ଫିଲ୍ମ। ବେଷ୍ଟ ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଛି। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ହେଉଛି ‘ଅନୁଜା’। ପ୍ରିୟଙ୍କ ଚୋପ୍ରା ଏହି ସିନେମାର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଦାୟିତ୍ବ ବହନ କରିଛନ୍ତି।ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ‘ଅନୁଜା’ ଯେଉଁଥିରେ ଜଣେ ୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଦେଖିବାକୁ ମିଳିଛି।

Har Ghar Tiranga