ଶ୍ରେୟସଙ୍କ ଖୁସି

ଅନେକ ଦିନର ଅପେକ୍ଷା ପରେ କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍‌ ହୋଇଛି । ଏଥିରେ କଙ୍ଗନାଙ୍କ ସମେତ, ଅନୁପମଖେର, ଶ୍ରେୟସ ତଲପଡେ ଆଦି ନଜର ଆସିଛନ୍ତି । ତେବେ ଶ୍ରେୟସଙ୍କୁ ଏଥିରେ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଦେଖିବାକୁ ମିଳିଛି । ଶ୍ରେୟସ ନିଜର ଏହି ଚରିତ୍ରକୁ ନେଇ ଖୁବ ଖୁସି ଅଛନ୍ତି । ଏହି ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ସୌଭାଗ୍ୟ ବୋଲି ଶ୍ରେୟସ ମତ ଦେଇଛନ୍ତି । ବାଜପେୟୀଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ବେଶ ସମ୍ମାନଜନକ ଥିଲା । ସେ ଏଥିପାଇଁ ଖୁବ ପରିଶ୍ରମ ମଧ୍ୟ କରିଛନ୍ତି । ଦର୍ଶକ ମଧ୍ୟ ଏହାକୁ ଖୁବ ଭଲ ପାଇବା ଦେବେ ବୋଲି ସେ ମତ ଦେଇଛନ୍ତି । କାହାଣୀ ଓ ଚରିତ୍ର ଶୁଣିବା ପରେ ସଙ୍ଗେସଙ୍ଗେ ଶ୍ରେୟସ ଏଥିପାଇଁ ହଁ କରିଥିଲେ ବୋଲି ମତ ଦେଇଥିଲେ । ଏଭଳି ଫିଲ୍ମକୁ ନା କହିବା ମୁର୍ଖାମୀ ହୋଇଥାଆନ୍ତା ବୋଲି ଶ୍ରେୟସ ମତ ଦେଇଛନ୍ତି । ସେହିଭଳି କଙ୍ଗନା ଓ ଅନୁପମଙ୍କ ସହିତ କାମ କରି ସେ ଖୁବ ଭଲ ଅନୁଭବ ସାଉଁଟିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସୁଟିଂ ସମୟର ଅନୁଭୂତି ଖୁବ ନିଆରା ଓ ସ୍ୱତନ୍ତ୍ରଥିଲା ବୋଲି ଶ୍ରେୟସ ମତ ଦେଇଛନ୍ତି । ଆଗକୁ ମଧ୍ୟ ଏଭଳି କିଛି ପ୍ରୋଜେକଫ ମିଳିଲେ ସେ ନିଶ୍ଚିତ କାମ କରିବେ ବୋଲି କହିଛନ୍ତି ।

Har Ghar Tiranga