ସିଦ୍ଧୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ଜୁନ୍‌ ୦୩: ଗତ ରବିବାର ଦିନ ପଞ୍ଜାବୀ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲା ଓରଫ୍‌ ଶୁଭଦୀପ ସିଂହ ସିଦ୍ଧଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଞ୍ଜାବର ରାଜନୀତିରେ ଏକପ୍ରକାରର ହଇଚଇ ସୃଷ୍ଟି ହୋଇଯାଇଛି । ରାଜନୀତିରେରେ ସ୍ଥିରତା ଆଣିବା ପାଇଁ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗାୟକ ସିଦ୍ଧୁ ମୁସେୱାଲ୍‌ଙ୍କ ମାନସା ଜିଲ୍ଲାସ୍ଥିତ ପୈତୃକ ଗ୍ରାମ ମୁସାକୁ ଯାଇ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟଇଛନ୍ତି ଏବଂ ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ସିଦ୍ଧୁଙ୍କ ବାସଭବନ ବାହାରେ ଓ ଗ୍ରାମରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ସୂଚନା ଥାଉ ଯେ, ସିଦ୍ଧୁଙ୍କ ବାସଭବନକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ଆପ୍‌ ବିଧାୟକ ଗୁରପ୍ରୀତ ସିଂହ ବନାୱାଲି ଯାଇଥିଲେ । ବିଧାୟକ ଗୁରପ୍ରୀତଙ୍କୁ ଦେଖି ଗ୍ରାମବାସୀମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ଓ ତାଙ୍କୁ ଘେରି ଯାଇ ବାଟ ବନ୍ଦ କରିଦେଇଥିଲେ । ଫଳରେ ବିଧାୟକ ଗୁରପ୍ରୀତ ଗାୟକ ସିଦ୍ଧୁଙ୍କ ବାସଭବନକୁ ଯାଇପାରିନଥିଲେ । ଏହାଛଡ଼ା ଗ୍ରାମବାସୀମାନେ ‘ଆମ୍‌ ଆଦମୀ ପାର୍ଟି ମୁର୍ଦାବାଦ୍‌’ ଏବଂ ‘ଆମ୍‌ ଆଦମୀ ପାର୍ଟି ନୋ ମୋର’ ସ୍ଲୋଗାନ ଦେଇ ବିରୋଧ କରିଥିଲେ । ଏହାପରେ ଏସ୍‌ପ ତୂରା ସିଦ୍ଧୁଙ୍କ ବାସଭବନରେ ସୁରକ୍ଷା ବୃଦ୍ଧି କରିଥିଲେ ।

Comments are closed.