ଆଜିର ଯୁଗରେ ସମସ୍ତେ ନିଜକୁ ଫିଟ୍ ରଖିବା ଲାଗି କେତେ କଣ ପ୍ରୟାସ କରୁଛନ୍ତି । କିନ୍ତୁ ଫିଟ୍ ବଡି ପାଇବା ଏତେ ସହଜ ନୁହେଁ । ଫିଟ୍ ରହିବା ପାଇଁ କଠୋର ପରିଶ୍ରମ କରିବା ସହ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ହୋଇଥାଏ । କମ୍ ବୟସଙ୍କ ଲାଗି ଏସବୁ ତ ଏତେ କଷ୍ଟକର ବ୍ୟାପାର ନୁହେଁ କିନ୍ତୁ ବୟସ୍କଲୋକଙ୍କ ଲାଗି ଫିଟ୍ ରହିବା ବହୁତ କଷ୍ଟକର ହୋଇଥାଏ । ହେଲେ, ଏବେ ଜଣେ ବୟସ୍କା ମହିଳାଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି ଯିଏକି ନିଜର ଫିଟନେସ୍ ପାଇଁ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆମେରିକାର ଟେକ୍ସାସରେ ରହୁଥିବା ୭୦ ବର୍ଷୀୟା ରିନୀ ଲ୍ୟାଣ୍ଡର୍ସ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇ ସାରିଛନ୍ତି । ୨୦୧ ମସିହାରେ ତାଙ୍କ ପିଠିର ତଳ ଭାଗରେ କିଛି ସମସ୍ୟା ଦେଖାଦେଲା ।
ଏହି କାରଣରୁ ତାଙ୍କ ଅସ୍ଥିର ସର୍ଜରୀ କରିବାକୁ ପଡିଲା । ସର୍ଜରୀ ପରେ ସେ ନିଷ୍ପତ୍ତି ନେଲେ ଯେ ଏକ ଫିଟ୍ ବଡି ତିଆରି କରିବେ । ସେବେଠାରୁ ରିନୀ ଜିମ୍ ଯିବା ଆରମ୍ଭ କରିଦେଲେ । ଓ ସପ୍ତାହକୁ ୫ ଦିନ ନିୟମିତ ଏକ୍ସରସାଇଜ୍ ମଧ୍ୟ କରିବା ଆରମ୍ଭ କରିଦେଲେ । ଏହାପରେ ରିନୀ ଚିନ୍ତା କଲେ ସେ ବଡି ବିଲïିଂ ଆରମ୍ଭ କରିବେ । ୨୦୨୧ ମେ ମାସରେ ୬୯ ବର୍ଷ ବୟସରେ ରିନୀ ପ୍ରଥମ ଥର ଲାଗି ବଡି ବିଲïିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ତାଙ୍କ ସହ ଭାଗ ନେଇଥିବା ପ୍ରତିଯୋଗୀମାନେ ତାଙ୍କ ଠାରୁ ୨୦ ବର୍ଷ ଛୋଟ ଥିଲେ । ପ୍ରଥ ଥର ପ୍ରତିଯୋଗିତାରେ ଭାଗ ନେଇ ରିନୀ ଷଷ୍ଠ ସ୍ଥାନ ହାସଲ କରିଥିଲେ । ସେବେଠାରୁ ବଡି ବିଲïିଂ ପ୍ରତି ତାଙ୍କର ଆଗ୍ରହ ଆହୁରି ବଢିଗଲା । ରିନୀ ଏ ପର୍ଯ୍ୟନ୍ତ ୪ ଗୋଟି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି ।
ରିନୀ କହିଛନ୍ତି, ତାଙ୍କର ପୁଅ ଓ ନାତି ହେବା ପରେ ତାଙ୍କ ଜୀବନର ସବୁଠାରୁ ଖୁସିର ଦିନ ତାହା ଥିଲା ଯେତେବେଳେ ସେ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେ କହିଛନ୍ତି ଯୁବତୀ ଅବସ୍ଥାରେ ବି ସେ ଏତେ ଫିଟ୍ ନ ଥିଲେ ଯାହା ଏବେ ହୋଇପାରିଛନ୍ତି । ଏବେ ସେ ନିଜ ଜୀବନକୁ ନେଇ ବେଶ୍ ଖୁସି । ସେ ଏବେ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖୁଛନ୍ତି ।
Comments are closed.