ବଲାଙ୍ଗିର: ସେପ୍ଟେମ୍ବର ୧୮: ଅସ୍ତ୍ରୋପଚାର ପରେ ମଳଦ୍ୱାରରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ ବୁର୍ଲା ଭୀମସାରର ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶୁକ୍ରବାର କରୁଣା ଭୋଇଙ୍କ ଅସ୍ତ୍ରୋପଚାର କରି ମଳଦ୍ୱାରରୁ ଗ୍ଲାସ୍ ବାହାର କରିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବୁଧବାର ସନ୍ଧ୍ୟା ବେଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅଧିନ ରାମଚନ୍ଦ୍ରପୁର ଗାଁର କରୁଣାକର ରାସ୍ତା ପାଶ୍ୱର୍କୁ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ସେଠାରେ ୩ ଜଣ ମଦ୍ୟପ ବସି ମଦ ପିଉଥିଲେ । ମଦ୍ୟପମାନେ ବନ୍ଧୁକ ଦେଖା ଥାଟାମଜା କରିଥିଲେ । ପରେ ମଦ୍ୟପମାନେ ନିଶାସକ୍ତ ଅବସ୍ଥାରେ ୧୯ ବର୍ଷୀୟ କରୁଣା ଭୋଇଙ୍କ ମଳଦ୍ୱାରରେ ଜୋର ଜବରଦସ୍ତ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିଦେଇଥିଲେ । ଷ୍ଟିଲ୍ ଗ୍ଲାସଫଟି ମଳଦ୍ୱାର ଭିତରେ ଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ କରୁଣାକର ଘରକୁ ଫେରିଥିଲେ । ତା’ପର ଦିନ ପରିବାର ଲୋକେ କରୁଣାକରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ବହୁ ଚେଷ୍ଟା କରିଥିଲେ ମଧ୍ୟ ମଳଦ୍ୱାରରୁ ଗ୍ଲାସ କାଢି ପାରିନଥିଲେ । ଫଳରେ ଗୁରୁବାର ମଧ୍ୟାହ୍ନରେ ତାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିଲା । ଭୀମସାରର ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି କରୁଣାଙ୍କ ମଳଦ୍ୱାରରୁ ଷ୍ଟିଲ ଗ୍ଲାସଟିକୁ ବାହାର କରିଛନ୍ତି । ବର୍ତ୍ତମାନ କରୁଣା ଭୋଇ ସୁସ୍ଥ ଥିବ ଜଣାପଡ଼ିଛି । ଅନ୍ୟପକ୍ଷରେ କରୁଣାକରଙ୍କ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ ଦାଖଲ କରାଯାଇନାହିଁ । ସେପଟେ ବନ୍ଧପଡା ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରି ରାମଚନ୍ଦ୍ରପୁର ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏବେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ ।
Comments are closed.