ନିଶା ପାଇଁ ମା’କୁ ହତ୍ୟା କଲା ପୁଅ

0

ପୁରୀ : ନିଶା ଆଗରେ ହାର ମାନିଲା ମାନବିକତା । ଜନ୍ମଦାତ୍ରୀଙ୍କ ଜୀବନ ନେବାକୁ ମଧ୍ୟ ପଛାଇଲା ନାହିଁ ପୁଅ । ନିଶା ସେବନ ପାଇଁ ମା’ ଟଙ୍କା ନଦେବାରୁ ଗାଁ ଦାଣ୍ଡରେ ଫଉଡାରେ ହାଣି ହତ୍ୟା କରିଛି । ଆଜି ସକାଳ ପ୍ରାୟ ୭ଟା ବେଳେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ପୁରୀ ସଦର ସମଙ୍ଗରା ଗାଁରେ । ମୃତକ ହେଲେ କନକ ପ୍ରଧାନ ଏବଂ ଅଭିଯୁକ୍ତ ପୁଅ ହେଉଛି ବିକ୍ରମ ପ୍ରଧାନ ଓରଫ ପିଙ୍କୁ । ପୂର୍ବରୁ ମଧ୍ୟ ପିଙ୍କୁ ନିଶା ପାଇଁ ବାପା ମା’ଙ୍କୁ ମାଡ଼ ମାରିବା ଅଭିଯୋଗରେ ଜେଲ ଯାଇଥିବା ସୂଚନା ମିଳିଛି ।

ଘଟଣାନୁସାରେ,ପୁରୀ ପେଣ୍ଠକଟା ମେରାଇନ ଥାନା ସମଙ୍ଗରା ଗାଁର କନକ ପ୍ରଧାନଙ୍କ ପୁଅ ପିଙ୍କୁ ପ୍ରଧାନ ପ୍ରାୟ ସମୟ ନିଶାଗ୍ରସ୍ତ ରହି ଗଣ୍ଡଗୋଳ କରୁଥିଲା । ସେଥିପାଇଁ ପିଙ୍କୁର ସ୍ତ୍ରୀ ୨ ପିଲାଙ୍କୁ ନେଇ ବାପ ଘରକୁ ପଳାଇଥିଲା । ଆଜି ସକାଳେ କନକ ଗାଁ ଦାଣ୍ଡରେ ଗୋରୁଙ୍କୁ ଖାଇବାକୁ ଦେଉଥିବା ବେଳେ ପିଙ୍କୁ ନିଶା ଖାଇବା ପାଇଁ ସେଠାରେ ପହଞ୍ଚି ଟଙ୍କା ମାଗିଥିଲେ । ମାତ୍ର କନକ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏହି ସମୟରେ ପାଖରେ ପଡିଥିବା କୋଦାଳ ଆଣି ନିର୍ମମ ଭାବରେ ମାଆର ମୁଣ୍ଡକୁ ହାଣି ଦେଇଥିଲା । କନକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ପିଙ୍କୁକୁ କାବୁ କରିଥିଲେ । ତେବେ ପ୍ରବଳ ରକ୍ତ ସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ କନକଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.