ମୁମ୍ବାଇ: ଜୁନ ୦୯: ଜହିର ଇକବାଲଙ୍କ ସହ ସୋନାକ୍ଷୀଙ୍କ ବିବାହ ଖବରକୁ ନେଇ ସବୁଆଡେ ଚର୍ଚ୍ଚା । ନିକଟରେ ଜହିର ଇକବାଲ ସୋନାକ୍ଷୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କୁ କହିଥିଲେ ଆଇ ଲଭ ୟୁ, ଯାହା ପରେ ସେମାନଙ୍କ ବିବାହର ଖବର ଜୋର ଧରିଛି । ହେଲେ ଏହି ସବୁକୁ ନେଇ ସୋନାକ୍ଷୀ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି, ଯୋଉଥିରେ କି ସେ ନିଜ ବିବାହ ଖବର ଉପରେ ମୁହଁ ଖୋଲିଛନ୍ତି । ସୋନାକ୍ଷୀ ସିହ୍ନା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଶାହାରୁଖ ଖାନଙ୍କ ଡାଏଲଗକୁ ଅଭିନୟ କରି କହିଛନ୍ତି -ମୁଁ ଏହାକୁ ପସନ୍ଦ କରେ, ବହୁତ ମଜା ଲାଗେ କି;ୁ ଭିଡିଓରେ କ୍ୟାପସନ୍ ଲେଖା ହୋଇଛି- ଆପଣ ହାତ ଧୋଇ ମୋ ବିବାହ କରିବାକୁ ତାହିକି ଚାହୁଁଛନ୍ତି? ସେ ଆହୁରି ମଧ୍ୟ ଲେଖିଛନ୍ତି ରୋକା, ମେହେନ୍ଦି, ସଂଗୀତ ସବୁ ଠିକ୍ ହୋଇ ଯାଇଛି, ପ୍ଲିଜ୍ ଏ ବିଷୟରେ ମୋତେ ବି ଟିକେ କହିଦିଅ;ୁ । ବିବାହ ଖବର ଉପରେ ସୋନାକ୍ଷୀଙ୍କ ପ୍ରତିକ୍ରିୟା ପ୍ରଶଂସକମାନଙ୍କୁ ବହୁତ ମଜାଳିଆ ଲାଗୁଛି । ତବେ କେବେ ବିବାହ କରୁଛନ୍ତି ଦବଙ୍ଗ ଗାର୍ଲ ତାହା ଦେଖିବାକୁ ବାକି ରହିଲା ।
Comments are closed.