ମୁମ୍ବାଇ: ବଲିଉଡ୍ ନାୟିକା ସୋନୀକ୍ଷୀ ସିହ୍ନା ନିଜର ସ୍ୱତନ୍ତ୍ର ବିଚାରଧାରା ଏବଂ ଖୋଲା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ସର୍ବଦା ଦେଶର ସମସାମୟିକ ପ୍ରସଙ୍ଗ ଉପରେ ନିଜର ରାୟ ରଖିବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ । ଏହାରି ମଧ୍ୟରେ ଖବର ଆସିଛି ଯେ ଅଭିନେତ୍ରୀ ସୋନାକ୍ଷୀ ନିଜ ସ୍ୱପ୍ନର ଆଇଡଲ ମ୍ୟାନକୁ ଖୋଜିବାରେ ଲାଗିଛନ୍ତି ।
ଏ ସମ୍ପର୍କରେ ସେ ନିଜେ କପିଲ ଶର୍ମାଙ୍କ ଶୋରେ ଯୋଗ ଦେବା ଅବସରରେ ଖୁଲାସା କରିଛନ୍ତି । ସୋନାକ୍ଷୀ ନିକଟରେ ‘ଦ କପିଲ ଶର୍ମା ଶୋ’ରେ ସ୍ପେଶାଲ ଗେଷ୍ଟ୍ ଭାବେ ନଜର ଆସିଥିଲେ ଏବଂ ସେଠାରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କିଛି ପ୍ରକାଶ କରିଥିଲେ । ସୋନାକ୍ଷୀ କହିଛନ୍ତି, ସେ ଏବେ ବି ସିଙ୍ଗଲ୍ ଅଛନ୍ତି ଏବଂ ସେ ସଚ୍ଚୋଟ, ଲମ୍ବା ଓ ନିର୍ମଳ ହୃଦୟ ଥିବା ସ୍ୱପ୍ନର ଏକ ଆଇଡଲ ମ୍ୟାନ୍କୁ ସନ୍ଧାନ କରୁଛନ୍ତି । ଅଭିନେତ୍ରୀ ସୋନାକ୍ଷୀ ଶୋରେ ଆଗକୁ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଜଣେ ସମ୍ପୂର୍ଣ୍ଣ ପାରିବାରିକ ମହିଳା ଏବଂ ତାଙ୍କର ସମସ୍ତ ରୋଜଗାରକୁ ବାପାମାଆଙ୍କୁ ଦେଇଦିଅନ୍ତି ।
ଏଥିସହ ସେ କହିଛନ୍ତି ଯେ ତାଙ୍କ ପାଇଁ ବାପାମାଆ ବହୁତ ଗୁରୁତ୍ୱ ରଖିଥାନ୍ତି । ଏହି ଶୋରେ ସୋନାକ୍ଷୀ ଅନେକ ପ୍ରଶ୍ନର ଉତ୍ତର ଖୋଲିକରି ଦେଇଥିବା ଦେଖିବାକୁ ମିଳିଛି । ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ତନୟା ସୋନାକ୍ଷୀ ଫିଲ୍ମ ‘ଦବଙ୍ଗ’ରେ ସଲମାନ ଖାନଙ୍କ ନାୟିକା ସାଜି ବଲିଉଡ୍ରେ ଡେବୁ୍ୟ କରିଥିଲେ । ଏହାପରେ ‘ରାଉଡି ରାଠୋର’, ‘ଦବଙ୍ଗ-୨୩’ , ‘ଲୁଟେରା’, ‘ବୁଲେଟ୍ ରାଜା’ , ‘ହଲିଡେ’ , ‘ତେୱର୍’ , ‘ଅକିରା’ , ‘କଳଙ୍କ୍’ , ‘ଦବଙ୍ଗ-୩’ , ‘ମିଶନ ମଙ୍ଗଳ’ ପରି ଫିଲ୍ମରେ ନଜର ଆସିଥିଲେ । ନିକଟରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଅଭିନୟ କରିଥିଲେ ।
ଆଗକୁ ସେ ଖୁବଶୀଘ୍ର ସଞ୍ଜୟ ଲୀଳା ଭଂସାଲୀଙ୍କ ନିର୍ଦ୍ଦେଶିତ େୱବ୍ ସିରିଜ୍ ‘ହୀରା ମଣ୍ଡି’ରେ ନଜର ଆସିବେ । ଏହା ବ୍ୟତୀତ ‘ଡବଲ ଏକ୍ସ ଏଲ’ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବେ ।
Comments are closed.