ଦୁର୍ଘଟଣା ମୃତୁ୍ୟ ହାର ରୋକିବାରେ ସୋନପୁର ଜିଲ୍ଲା ରାଜ୍ୟରେ ଏକ ନମ୍ବର

ସୋନପୁର: ସେପ୍‌ଟେମ୍ବର ୨୨ : ଦୁର୍ଘଟଣା ରୋକିବାରେ ବିଗତ ବର୍ଷ ମାନଙ୍କରେ ସୁବର୍ଣ୍ଣପୁର ଜିଲ୍ଲା ଚଳିତ ବର୍ଷ ୨୦୨୧ ଜାନୁଆରୀ ମାସରୁ ଜୁନ ୩୦ ଯାଏ ଦୁର୍ଘଟଣା ମୃତୁ୍ୟ ହାର ରୋକିବା ଦିଗରେ ଆଗରେ ଅଛି । ଜିଲ୍ଲା ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରି ଆଞ୍ଚଳିକ ପରିବହନ ବିଭାଗ ତଥା ସମଗ୍ର ଜିଲ୍ଲାର ଗୌରବ ବଢ଼ାଇଛନ୍ତି ।
ଗତ ମାସ ଅଗଷ୍ଟ ୩୧ ରେ ମୁଖ୍ୟ ଶାସନ ସଚିବ ଭିଡିଓ କନ ଫରେନି୍ସ ମାଧ୍ୟମରେ ପୁରୀ, ଅନୁଗୁଳ କଳାହାଣ୍ଡି ଓ ସୁବର୍ଣ୍ଣପୁର ଚାରୋଟି ଜିଲ୍ଲା ଦୁର୍ଘଟଣା ମୃତୁ୍ୟ ହାର ରୋକିବାରେ ସ୍ୱତନ୍ତ୍ର ସ୍ଥାନରେ ରହିଥିବା ବିଷୟ ଘୋଷଣା କରିଥିବା ବେଳେ ସେଥି ମଧ୍ୟରୁ ୧.୧୧ ପ୍ରତିଶତରେ ରହି ସୁବର୍ଣ୍ଣପୁର ଜିଲ୍ଲା ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ଦୀର୍ଘ ବର୍ଷରୁ ପୋଲିସ ଓ ପରିବହନ ବିଭାଗର ଛକ ଛକରେ ସବୁଠି ମିଳିତ ଭାବେ ଚଢ଼ାଉ ସମେତ ଗାଡି ଚାଳକଙ୍କ ଲାଇସେନ୍ସ ଓ ହେଲମେଟର କଡାକଡି ଯାଞ୍ଚ, ଦ୍ରୁତ ଗତିର ମୋଟର ଭେଇକିଲ ସବୁକୁ ଚିହ୍ନଟ, ଜିଲ୍ଲାରେ ସର୍ବାଧିକ ଡ଼ିଆରସିସି ବୈଠକ ଏବଂ କୋଭିଡ ସମୟ ବ୍ୟତୀତ ଅନ୍ୟ ବର୍ଷମାନଙ୍କରେ ଖୁବ ଆଡମ୍ବରରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଛି । ଏହାସହ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ସାମାଜିକ ଅନୁଷ୍ଠାନ, ଗଣମାଧ୍ୟମ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ସହର ତଥା ଜିଲ୍ଲା ସାରା ରୋଡ଼ ସୋ’ କରିଥାଏ । ବିଭିନ୍ନ ପ୍ରକାର ନାଟକ ଓ ଭିନ୍ନ ଢଙ୍ଗ ରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଥିବା ଓ ସମସ୍ତଙ୍କ ସହାଭାଗିତା ହିଁ ଏ ସଫଳତାର ଶ୍ରେୟ ଅଟେ ବୋଲି ସୁବର୍ଣ୍ଣପୁର ଆରଟିଓ ରବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ନୂତନ ଜିଲ୍ଲାପାଳ ଙ୍କ ନୂତନ ଚିନ୍ତାଧାରା ଓ କୌଶଳ କ୍ରମେ ଏବଂ ବର୍ତ୍ତମାନ ଚାଲିଥିବା ବାରମ୍ବାର ସଡ଼କ ସୁରକ୍ଷା ବୈଠକ ସମସ୍ତ ଆଲୋଚନା ପ୍ରସ୍ତୁତି ଆଗକୁ ଏ ବିଭାଗ କୁ ଉତ୍ସାହ ଦେବ ।

Comments are closed.