ନୂଆଦିଲ୍ଲୀ: ଜୁଲାଇ ୧୨: ଗାନ୍ଧୀ ପରିବାର ପଛରେ ଫୁଲ ଦମରେ ଲାଗି ପଡିଛି ଇଡି । ରାହୁଲଙ୍କ ପରେ ଏବେ ସୋନିଆଙ୍କୁ ଜେରା କରିବ ଇଡି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୨୧ରେ ନ୍ୟାସନାଲ ହେରାଲï ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜରେ ହେବେ । ଘଟଣାରେ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲଗାତାର ତିନି ଦିନ ପର୍ଯ୍ୟନ୍ତ ଜେରା କରାଯାଇଥିଲା । ପ୍ରଥମ ଦିନ ୧୦ ଘଣ୍ଟାର ମାରାଥନ ଜେରା ପରେ ବି ବାରମ୍ବାର ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ତେବେ ଏଥିପାଇଁ ଦେଶର ସବୁ ଇଡି ଅଫିସରେ କଂଗ୍ରେସ ଦଳର ପ୍ରତିବାଦ, ବିକ୍ଷୋଭ ଦେଖିବାକୁ ମିଳିଥିଲା । ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲï ମନି ଲଣ୍ଡ୍ରିଂ ମାମଲାରେ ରାହୁଲ ଙ୍କୁ ଇଡି ସମନ୍ ଓ ଜେରାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା । ନ୍ୟାସନାଲ୍ ହେରାଲï ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡର ବୋର୍ଡ ଅଫ୍ ଡିରେକଫର୍ସ ଅଛନ୍ତି ସୋନିଆ ଓ ରାହୁଲ । ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ସମନ୍ ପାଇଁ ଇଡି ଅଫିସରେ ପହଞ୍ଚିଥିଲେ ରାହୁଲ । ଏହା ପରେ ଏବେ ପାଳି ପଡିଛି ସୋନିଆଙ୍କର । ପ୍ରଥମେ ରାହୁଲଙ୍କ ସମନରେ ହେଇଥିବା ଡ୍ରାମା ଏବେ ପୁଣି ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
Comments are closed.