ଇଡି ଅଫିସ୍‌ରେ ସୋନିଆ ଗାନ୍ଧୀ, ବାରିକେଡ୍‌ ଭାଙ୍ଗିଲେ କଂଗ୍ରେସ କର୍ମୀ

ଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଖବରକାଗଜ ମାମଲାରେ ଜେରା ପାଇଁ ଆଜି କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କ ସହିତ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧୀ ମଧ୍ୟ ସାଥୀରେ ରହିଛନ୍ତି । ତାଙ୍କୁ ପୂର୍ବାହ୍ନ ୧୧ ସୁଦ୍ଧା କାର୍ଯ୍ୟାଳୟରେ ହାଜିର ହେବାକୁ ନୋଟିସ୍‌ ମିଳିଥିଲା । ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଦୃଷ୍ଟି ଦେଇ ଜେରା ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଜଣେ ଡାକ୍ତରଙ୍କୁ ବସିବା ଲାଗି ଅନୁମତି ମିଳିଥିବା ସୂଚନା ମିଳିଛି । ଜଣେ କଂଗ୍ରେସ ମୁଖ୍ୟଙ୍କୁ କୌଣସି କେନ୍ଦ୍ରୀୟ ଏଜେନ୍‌ସି ଜେରା କରିବାରେ ଏହା ହେଉଛି ପ୍ରଥମ ଘଟଣା ।

ଇଡି ଅଫିସ୍‌ରେ ସୋନିଆ ଗାନ୍ଧୀ, ବାରିକେଡ୍‌ ଭାଙ୍ଗିଲେ କଂଗ୍ରେସ କର୍ମୀ

ଅନ୍ୟପଟରେ, ଏହାକୁ ତୀବ୍ର ପ୍ରତିବାଦ କରିଛନ୍ତି କଂଗ୍ରେସ୍‌ କର୍ମୀମାନେ । କୌଣସି ଅଘଟଣକୁ ଦୃଷ୍ଟିରେ ରଖି ପୋଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍‌ ବସାଇଥିଲେ ହେଲେ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍‌ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଇଡି ଅଫିସ୍‌ରେ ସୋନିଆ ଗାନ୍ଧୀ, ବାରିକେଡ୍‌ ଭାଙ୍ଗିଲେ କଂଗ୍ରେସ କର୍ମୀ

ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ମଧ୍ୟ ସୋନିଆଙ୍କ ବିରୋଧରେ ଇଡି ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି । ଏହାସହିତ କଂଗ୍ରେସ ନେତା ଶଶୀ ଥରୁର୍‌ଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଛି ।

Comments are closed.