୨୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ସୋନୁ

ମୁମ୍ବାଇ: ସେପ୍‌ଟେମ୍ବର ୧୮: ଗରିବ ଅସହାୟ ଲୋକଙ୍କ ପାଇଁ ଦେବତା ସାଜିଥିବା ଅଭିନେତା ସୋନୁ ସୁଧ ଏବେ ଆୟକର ବିଭାଗଙ୍କ ହାତରେ ପଡ଼ିଛନ୍ତି । ସେ ପ୍ରାୟ ୨୦ କୋଟି ଟଙ୍କାରୁ ଅଧିକ ଟିକସ ଫାଙ୍କିଥିବା ନେଇ ଖବର ମିଳିଛି । ଲଗାତାର ୩ ଦିନ ହେବ ସୋନୁଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି ।
ଖବର ଅନୁସାରେ ସୋନୁ ଏବଂ ତାଙ୍କ ସହଯୋଗୀଙ୍କ ଘରେ ସର୍ଚ୍ଚ ପରେ ଟିକସ ଫାଙ୍କିବା ସହ ଜଡ଼ିତ କିଛି ପ୍ରମାଣ ମିଳିଛି । ଏହାସହିତ ସୋନୁ ବିଭିନ୍ନ ବେନାମୀ ଲୋକଙ୍କଠାରୁ ଲୋନ୍‌ ମାଧ୍ୟମରେ ଟଙ୍କା ଆଣିଥିବା ବେଳେ ଯାହର କିଛି ହିସାବ ମୁଳୁନଥିବା ଆୟକର ବିଭାଗ ସୂଚନା ଦେଇଛି । ଏହି କାରବାରରେ ଯେତିକି ଟଙ୍କାର ଟିକସ ଫାଙ୍କ ହୋଇଛି, ତାହାର ପରିମାଣ ପ୍ରାୟ ୨୦ କୋଟି ଟଙ୍କା ଉପରକୁ ହେବ । ଏହାସହ ସୋନୁଙ୍କ ଘର ସର୍ଚ୍ଚ ସମୟରେ ୧ କୋଟି ୮୦ ଲକ୍ଷ ଟଙ୍କା ନଗଦ ମିଳିଛି । ପ୍ରଥମେ ମୁମ୍ବାଇ ଓ ଲକ୍ଷ୍ମୌରେ ଥିବା ସୋନୁଙ୍କ ଘର ଏବଂ ରିଅଲି ଇଷ୍ଟେଟ୍‌ ଗ୍ରୁପରେ ସର୍ଚ୍ଚ ଚାଲିଥିଲା । ଟିକସ ଫାଙ୍କିବା ପ୍ରମାଣ ପାଇବା ପରେ କାନପୁର, ଜୟପୁର, ନାଗପୁର, ଦିଲ୍ଲୀ ଏବଂ ଗୁରୁଗ୍ରାମରେ ଥିବା ତାଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି ।

Comments are closed.