ଜେଦ୍ଦା: ମଇ ୨୩: କିଛିଦିନ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ ବିରତ ରହିବା ଲାଗି ସାଉଦୀ ଆରବ ତାର ନାଗରିକମାନଙ୍କ ପ୍ରତି ନିଷେଧାଜ୍ଞା ଜାରି କରିଛି । ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ ଭାରତ, ଲେବାନନ୍, ସିରିୟା, ତୁର୍କୀ, ଇରାନ୍, ଆଫଗାନିସ୍ତାନ, ୟେମେନ୍, ସୋମାଲିଆ, ଇଥିଓପିଆ, କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ, ବେଲାରୁଷ୍ ଏବଂ ଭେନିଜୁଏଲା ଥିବା କଥା ଗଲଫ୍ ନିଉଜ୍ ରିପୋର୍ଟ କରିଛି । ଏହାଛଡ଼ା, ମଙ୍କିପକ୍ସ ସଂକ୍ରମଣ ବିଷୟରେ ସାଉଦୀ ଆରବର ସ୍ୱାସ୍ଥ୍ୟମନ୍ତ୍ରାଳୟ ଜନସାଧାରଣଙ୍କୁ ଭରସା ଦେଇ କହିଛି ଯେ, ଦେଶରେ ମଙ୍କିପକ୍ସ୍ ମାମଲା ନାହିଁ । ସ୍ୱାସ୍ଥ୍ୟ ଉପମନ୍ତ୍ରୀ ଅବ୍ଦୁଲ୍ଲା ଆସିରି କହିଛନ୍ତି ଯେ, ଯଦି କେଣସି ସନ୍ଦିU ମଙ୍କିପକ୍ସ୍ ମାମଲା ଖୋଜି ବାହାର କରିବା ସହ ନୂଆ ସଂକ୍ରମଣର ମୁକାବିଲା କରିବାର ସାମର୍ଥ୍ୟ ସାଉଦୀ ଆରବ ନିକଟରେ ଅଛି । ସେ ଆହୁରି ମଧ୍ୟ କହିଛନ୍ତି, ଏଯାବତ ମଣିଷ କ୍ଷେତ୍ରରେ ସଙ୍କ୍ରମଣ ଖୁବ୍ ସୀମିତ ରହିଛି । ତେଣୁ, ଏହି ମାମଲା ଚିହ୍ନଟ ହୋଇଥିବା ଦେଶଗୁଡ଼ିକରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଖୁବ୍ କମ୍ । ଉଲ୍ଲେଖଯୋଗ୍ୟ, ୧୧ଟି ଦେଶରେ ସମୁଦାୟ ୮୦ଟି ମଙ୍କିପକ୍ସ୍ ସଂକ୍ରମଣ ଚିହ୍ନଟ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଦ ସୁନିଶ୍ଚିତ କରି କହିଛି । ଏହି ସଂକ୍ରମଣର ବ୍ୟାପ୍ତି ଓ କାରଣ ସଂକ୍ରାନ୍ତରେ ଅଧିକ ବୁଝିବା ଲାଗି ଉଦ୍ୟମ ଚାଲିଛି ବୋଲି ସେମାନେ କହିଛନ୍ତି ।
Comments are closed.