ସାଉଦି ଆରବରେ ହେବ ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା

ନୂଆଦିଲ୍ଲୀ: ଜୁନ ୨: ସାଉଦି ଆରବ ବିଶ୍ୱର ସବର୍ବୃହତ କୋଠା ର୍ନିମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ନିଓମ୍‌ ନାମକ ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ କରାଯିବ । ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ତାହା ହେଉଛି ମାନସ ସନ୍ତାନ ଯେଉଁଥିରେ ୧,୬୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିବ ଓ ଏହା ଡଜନ ମାଇଲ ଦୂର ପର୍ଯ୍ୟ; ବ୍ୟାପିବ । ଏହି ଅଟ୍ଟାଳିକାଗୁଡ଼ିକରେ ଆବାସିକ, ରିଟେଲ ଓ ଅଫିସ ଆଦିର ବ୍ୟବସ୍ଥା କରାଯିବ । ଲୋହିତ ସାଗର ଉପକୂଳରୁ ମରୁଭୂମି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ବ୍ୟାପିବ ଯେଉଁଠାରେ ଏବେ ଜନବସତି ବହୁତ କମ୍‌ ରହିଛି । ଅଧ ମାଇଲ ପର୍ଯ୍ୟନ୍ତ ଲମ୍ବା ନମୁନା ଉପରେ କାମ କରିବାକୁ ଡିଜାଇନରମାନଙ୍କୁ ନିର୍ଦେଶ ଦିଆଯାଇଛି । ଯଦି ମୂଳ ଯୋଜନା ଅନୁସାରେ କାମ ହେବ ତେବେ ଗୋଟିଏ ଲେଖାଏଁ ଢାଞ୍ଚା ବିଶ୍ୱର ବର୍ତ୍ତମାନ ସବୁଠୁ ବଡ଼ କୋଠାଠାରୁ ମଧ୍ୟ ବଡ଼ ହେବ । ତେବେ ୨୦୧୭ରେ ନିଓମ୍‌ ପ୍ରକଳ୍ପ ଘୋଷଣା କରାଯାଇଥିଲା । ତେବେ ବର୍ତ୍ତମାନ ବିଶ୍ୱର ସବୁଠୁ ବଡ଼ କୋଠା ହେଉଛି ଦୁବାଇର ବୁର୍ଜ ଖଲିଫା । ପ୍ରିନ୍ସ ସଲ୍ମାନଙ୍କ ପୂର୍ବରୁ ସାଉଦି ପ୍ରିନ୍ସ ଅଲୱାଲିଦ ବିନ୍‌ ତଲାଲ ଜେଦାହ ସହରରେ ବିଶ୍ୱର ସବୁଠୁ ବଡ଼ କୋଠା ନିର୍ମାଣ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଏବେ ତାହା ଅଧପନ୍ତରିଆ ହୋଇପଡ଼ି ରହିଛି ।

Comments are closed.