ମୁମ୍ବାଇ: ହିଟ୍ ତାମିଲ ନିର୍ଦ୍ଦେଶକ ଏଟଲି କୁମାର ବଲିଉଡ୍ କିଙ୍ଗ୍ ଖାନ ଶାହରୁଖଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଫିଲ୍ମର ନାମ ‘ଲାୟନ’ ରଖାଯାଇଛି ଏବଂଚଳିତ ମାସରୁ ହିଁ ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମ ପାଇଁ ଶାହାରୁଖ ଖାନଙ୍କ ଅପୋଜିଟ୍ ରୋଲ୍ ପାଇଁ ସାଉଥ୍ର ପପୁଲାର ହିରୋଇନ ନୟନତାରାଙ୍କ ନାମ ସାମ୍ନାକୁ ଆସୁଥିଲା । ହେଲେ ଏବେ ନୟନତାରା ଏହି ପ୍ରୋଜେକଫ ପାଇଁ ମନା କରିଦେଇଥିବା ବେଳେ ନୂଆ ଅଭିନେତ୍ରୀଙ୍କ ନାମ ଚର୍ଚ୍ଚାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ଅରୟନ ଖାନ ଡ୍ରଗ୍ସ ମାମଲା କାରଣରୁ ନୟନତାରା ଏହି ଫିଲ୍ମରୁ ଦୂରେଇ ଯାଇଛନ୍ତି ।

ଫିଲ୍ମର ସୁଟିଂ ପାଇଁ ଅକେଫାବରକୁ ସେ ସମୟ ଦେଇଥିଲେ । ହେଲେ ଏହିସମୟରେ ଶାହାରୁଖ ତାଙ୍କ ପୁଅ ଅରୟନଙ୍କୁ ନେଇ ଚାଲିଥିବା ବିବାଦ ଯୋଗୁଁ ଫିଲ୍ମରୁ ଦୂରେଇ ରହିଛନ୍ତି, କିନ୍ତୁ ନୟନତାରା ମଧ୍ୟ ନିଜ ନିର୍ଦ୍ଧାରିତ କାର୍ଯ୍ୟସୂଚୀକୁ ମଧ୍ୟ ପରିବର୍ତ୍ତନ କରିପାରିବେ ନାହିଁ । ତେଣୁ ନୟନତାରା ଫିଲ୍ମକୁ ମନା କରିଦେଇଛନ୍ତି । ଏପରିସ୍ଥିତିରେ ଏଟଲି କୁମାର ନୟନତାରାଙ୍କ ସ୍ଥାନରେ ସାମନ୍ଥା ପ୍ରଭୁଙ୍କୁ ଆପ୍ରୋଚ୍ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ଦୁଇଟି ଖବରର କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ଯଦି ସାମନ୍ଥା ଏହି ଫିଲ୍ମ ପାଇଁ ରାଜି ହୋଇଯାଆନ୍ତି ତାହେଲେ ନିର୍ଦ୍ଦେଶକ ଏଟଲି ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀକୁ ଏକ ନୂଆ ଯୋଡ଼ି ଭେଟି ଦେବେ ।

ନୟନତାରାଙ୍କ ପରି ସାମନ୍ଥା ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରୀରେ ଖୁବ ଲୋକପ୍ରିୟ । ମନୋଜ ବାଜପେୟୀଙ୍କ ହିଟ୍ େୱବ୍ ସିରିଜ୍ ଫ୍ୟାମିଲି ମ୍ୟାନ୍-୨ରେ ସାମନ୍ଥାଙ୍କ ଅଭିନୟକୁ ବଲିଉଡ୍ ପ୍ରେମୀ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ଲାୟନରେ ଶାହାରୁଖ ଖାନଙ୍କ ବ୍ୟତୀତ ସାନ୍ୟା ମଲହୋତ୍ରା, ସୁନୀଲ ଗ୍ରୋଭର ମଧ୍ୟ ଅଭିନୟ କରୁଛନ୍ତି । ଏହା ଏକ ଆକ୍ସନ ଥ୍ରୀଲର ଫିଲ୍ମ । ଶାହାରୁଖ ଏବେ ପଠାନ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି । ୟଶରାଜ ଫିଲ୍ମ ପଠାନରେ ଶାହାରୁଖଙ୍କ ସହ ପୁଣି ଥରେ ସ୍କ୍ରିନ ସେୟାର କରୁଛନ୍ତି ଦୀପିକା ପାଦୁକୋନ ।
Comments are closed.