୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର

ନୂଆଦିଲ୍ଲୀ : ଲୋକସଭାରୁ ଜୁଲାଇ ୨୫ରେ କଂଗ୍ରେସର ୪ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ ବିର୍ଲା । ଗୃହରେ ହଟ୍ଟଗୋଳ କରୁଥିବାରୁ ୪ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ସୋମବାର ବାଚସ୍ପତି ଓମ ର୍ବିଲା ଚାରିଜଣ ସଦସ୍ୟଙ୍କ ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି । ତେବେ ଗୃହରେ ପୁନର୍ବାର ପ୍ଲାକାର୍ଡ ପ୍ରଦର୍ଶିତ ହେଲେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓମ ବିର୍ଲା ଚେତାବନୀ ଦେଇଛନ୍ତି ।

ଜୁଲାଇ ୨୫ରେ କଂଗ୍ରେସ ସାଂସଦ ମଣିକମ ଟାଗୋର, ଜୋଥିମଣୀ, ରାମ୍ୟା ହରିଦାସ ଏବଂ ଟିଏନ୍‌ ପ୍ରଥାପନଙ୍କୁ ଲୋକସଭାରୁ ଚଳିତ ମେସୁମୀ ଅଧିବେଶନ ପାଇଁ ନିଲମ୍ବନ କରାଯାଇଥିଲା । ଏହାପୂର୍ବରୁ ସୋମବାର ଦିନ ବିର୍ଲା ଗୃହ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନେତାଙ୍କ ଏକ ସର୍ବଦଳୀୟ ବେଠକ ଡାକିଥିଲେ । ବେଠକରେ ବାଚସ୍ପତି ଅନୁରୋଧ କରିବା ପରେ ଚାରି ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ସରକାର ଏହି ପ୍ରସ୍ତାବ ଆଣିଛନ୍ତି ।

 ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର
ବାଚସ୍ପତି ଓମ ର୍ବିଲା

ବିର୍ଲା କହିଛନ୍ତି: ଗୃହରେ ଘଟିଥିବା ଘଟଣାରେ ସମସ୍ତେ ଆହତ ହୋଇଛନ୍ତି । ମୁଁ ମଧ୍ୟ ଆଘାତ ପାଇଛି, ଦେଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସଂସଦ ହେଉଛି ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ । ଆମେ ସମସ୍ତେ ଏଠାରେ ସଂସଦୀୟ ପରମ୍ପରା ପାଇଁ ଗର୍ବିତ ।

ଏହି ସମ୍ମାନ ଏବଂ ସୌଜନ୍ୟ ରକ୍ଷା କରିବା ଆମର ସାମୂହିକ ଦାୟିତ୍ୱ ଅଟେ । ବିଭିନ୍ନ ବିଷୟକୁ ନେଇ ବିତର୍କ ହେବ । କି;ୁ ଆମକୁ ଗୃହର ସମ୍ମାନ ବଜାୟ ରଖିବାକୁ ପଡ଼ିବ । ଗୃହ ଚାଲୁ ବୋଲି ସମସ୍ତ ଦଳର ନେତା ଏବଂ ସଦସ୍ୟମାନେ ଚାହାଁନ୍ତି । ଯଦି ଗୃହ ଶାନ୍ତି ଶୃଙ୍ଖଳା ସହ ଚାଲିବ ତେବେ ମୁଁ ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ଦେବି ।

Comments are closed.