ପୁରୀ : ଶ୍ରୀଗଣେଶ ପୂଜା ଅବସରରେ ଗଣେଶଙ୍କ ସ୍ପେସିଆଲ ମୂର୍ତ୍ତି। ଏହି ଉପଲକ୍ଷେ ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ଶ୍ରୀଗଣେଶଙ୍କ ଚିତାକର୍ଷକ କୁ ନିଆରା ଢଙ୍ଗରେ ବାଲୁକାକଳା ତିଆରି କରିଛନ୍ତି l ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ୫ ଫୁଟର ଏହି ବାଲୁକା କଳାରେ ୧ହଜାର ଷ୍ଟିଲ ପାତ୍ରକୁ ନେଇ ଗଣେଶ ମୂର୍ତ୍ତିତିଆରି କରିଛନ୍ତ । ଶ୍ରୀ ପଟ୍ଟନାୟକ କହିଛନ୍ତି ବାଲୁକା କଳାରେ ଏହି ଷ୍ଟିଲ୍ ପାତ୍ର ବ୍ୟବହାର କରି ସେ ବିଶ୍ୱଶାନ୍ତିର କିଛି ବାର୍ତ୍ତା ଜଣାଇଛନ୍ତି । ଏହି ବାଲୁକା କଳା ପାଇଁ ସେ ୬ ଟନ୍ ବାଲି ସହ ଷ୍ଟିଲ୍ ଗିନା , ଗ୍ଲାସ, ପ୍ଲେଟ୍ ଆଦି କୁ ନେଇ ଏକ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି l ଏହାକୁ ନେଇ ଦର୍ଶକ ମାନଙ୍କର ସୂବେଚ୍ୟର ସୁଅ ଛୁଟୁଛି l
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)