ମନ ମଧ୍ୟରେ ଦୃଢ ସଂକଳ୍ପ ଥିଲେ ଜୀବନରେ କିଛି ବି ଅସମ୍ଭବ ନୁହେଁ । ଯାହା କାନ୍ଧରେ ପରିବାରର ବୋଝ ସେ ନିଜ ଜୀବନ ରାସ୍ତାରେ ପଡୁଥିବା ସମସ୍ତ ପ୍ରତିବନ୍ଧକକୁ ସହଜରେ ଏଡାଇ ଆଗକୁ ଯାଇପାରେ । ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସମସ୍ତଙ୍କ ଲାଗି ବେଶ୍ ପ୍ରେରଣାଦାୟୀ ପାଲଟିଛି । ଏଠି ବ୍ୟକ୍ତି ଜଣକ ଶାରୀରିକ ଅକ୍ଷମତାକୁ ନିଜ ଜୀବନ ରାସ୍ତାରେ ପ୍ରତିବନ୍ଧ ହେବାକୁ ଦେଇ ନାହାନ୍ତି ।
ଇନଷ୍ଟାଗ୍ରାମର ଗ୍ରୁମିଂ ବୁଲସ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଜଣେ ବ୍ୟକ୍ତି ହ୍ୱିଲ ଚେୟାର ଉପରେ ବସି ଜୋମାଟୋ ଫୁଡ୍ ଡେଲିଭର କରୁଥିବାର ଦେଖାଯାଉଛି । ଭିଡିଓଟି ଏବେ ବହୁ ଲୋକଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଯାଇଛି । ଯେତେବେଳେ ଜୀବନରେ କଠିନ ସମସ୍ୟା ଆସିଥାଏ ସେତେବେଳେ ହିଁ ଅସଲ ପରୀକ୍ଷାର ସାମ୍ନା କରିବାକୁ ପଡିଥାଏ । ଭିଡିଓରେ ବ୍ୟକ୍ତି ଜଣକ ଜୋମାଟୋର ଲାଲ୍ ଟି ସାର୍ଟ ପିନ୍ଧି ଏକ ହ୍ୱିଲ ଚେୟାରରେ ବସିଥିବାର ନଜର ଆସୁଛନ୍ତି । ତାଙ୍କ ପଛରେ ରହିଛି ଜୋମାଟୋର ଫୁଡ୍ ବ୍ୟାଗ । ହ୍ୱିଲ ଚେୟାରରେ ଏହି ଡେଲିଭରି ବୟଙ୍କୁ ଦେଖି କେହି ତାଙ୍କ ଭିଡିଓ ପ୍ରସ୍ତୁତ କରି ଏକ ପ୍ରେରଣାଦାୟୀ ଚିତ୍ର ଭାବରେ ସୋସିଆଲ୍ ମିଡିଆରେ ସେୟାର କରିଛି । ଏହାପରେ ଲୋକମାନେ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି ।
Comments are closed.