ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ଗଜାମୁଗ ଚାଟ

ବର୍ତ୍ତମାନ ଅନିୟମିତ ଜୀବନ ଶୈଳୀକୁ ନେଇ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲାଣି I ଏଥିରେ ବିଶେଷକରି ଯୁବପିଢ଼ି ଆକ୍ରାନ୍ତ ହେଉଛନ୍ତି I ଆଜି କାଲିର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଜଙ୍କ ଫୁଡ ମାୟାରେ ସମସ୍ତେ ଅଭ୍ୟସ୍ତ ହେଇଗଲେଣି I ଏହା ସମସ୍ତଙ୍କୁ ବିଭିନ୍ନ ସମୟରେ ସମସ୍ୟାରେ ପକାଇଥାଏ । ଏହା କାରଣରୁ କେତେକଙ୍କର ଓଜନ ବଢୁଥିବାବେଳେ କେତେଜଣ ବିଭିନ୍ନ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡିଥାଆନ୍ତି । ତେବେ ଏହି କ୍ରେଭିଂରୁ ବଞ୍ଚିବା ପାଇଁ ଆମ ପାଖରେ କିଛି ହେଲଦି ଅପ୍‌ସନ ମଧ୍ୟ ରହିଛି । ଯାହାକୁ ଖାଇ ଆପଣ ଅନହେଲଦି କ୍ରେଭିଂରୁ ଦୂରେଇ ପାରିବେ । ତେବେ ଏହି ତାଲିକାରେ ସବୁଠାରୁ ଉପରେ ରହିଛି ସ୍ପ୍ରାଉଟ୍ସ ବା ଗଜାମୁଗ । ଏହା ସମ୍ପୂର୍ଣ୍ଣ ଘରୋଇ ଏବଂ ହାଇଜେନିକ I ପ୍ରଥମେ ଆପଣ ସକାଳେ କିଛି ଗୋଟା ମୁଗକୁ ପାଣିରେ ବତୁରାଈ ଦିଅନ୍ତୁ I ସଂଧ୍ୟା ବେଳେ ଏହାକୁ ଛାଣି ଏକ ବଡ଼ ଚା ଚଣା ବା କପଡ଼ାରେ ଟାଇଟ କରି ବାନ୍ଧି ରଖି ଦିଅନ୍ତୁ I ସକାଳେ ଏହା ଦେହରେ ଛୋଟ ଛୋଟ ଗଜା ସବୁ ବାହାରି ପଡିଥିବା I ଏଥିରେ ଆପଣ ପିଆଜ, ଲଙ୍କା, ଟମାଟୋ,କାକୁଡି ଲେମ୍ବୁ ଦେଇ ଖାଇଲେ ଏହାର ସ୍ୱାଦ ବଢିଯାଇଥାଏ, ଯାହା କୌଣସି ଜଙ୍କ୍‌ଫୁଡ୍‌ର ସ୍ୱାଦ ଭଳି ହୋଇଥାଏ । କେବଳ ସ୍ୱାଦ କାହିଁକି ଏହାର ଅନେକ ସ୍ୱାସ୍ଥ୍ୟକର ଫାଇଦା ମଧ୍ୟ ରହିଛି ।
ଓଜନ ନିୟନ୍ତ୍ରଣ- ଗଜାମୁଗର ସବୁଠାରୁ ଭଲ ଫାଇଦା ହେଲା ଓଜନ ନିୟନ୍ତ୍ରଣ କରିବା । ଏହା ଫାଇବରରେ ହାଇ ଥିବାବେଳେ କ୍ୟାଲୋରୀରେ କମ୍‌ ହୋଇଥାଏ । ତେଣୁ ଓଜନ ନିୟନ୍ତ୍ରଣରେ ଏହା ବେଶ୍‌ ସହାୟକ ହୋଇଥାଏ । ଏହାକୁ ସୁପର ଫୁଡ୍‌ ତାଲିକାରେ ମଧ୍ୟ ଆଗରେ ରଖାଯାଇଥାଏ ।
ହୃଦରୋଗ ପାଇଁ ସ୍ୱାସ୍ଥ୍ୟକର- ଏହା ହୃଦ ରୋଗ ପାଇଁ ବେଶ ସ୍ୱାସ୍ଥ୍ୟକର ହୋଇଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, ଆନ୍ଥୋସାୟାନିନ୍ସ, ଡେଲଫିନାଡିନ୍‌, ସାୟାନିଡନ୍‌ ଆଦି ଆମ ରକ୍ତ କଣିକାର ସ୍ୱାସ୍ଥ୍ୟ ଭଲ ରଖିଥାଏ । ଏହା ସହ ଆମରୁ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ ।
ଶର୍କରାହାର ନିୟନ୍ତ୍ରଣରେ ରହିଥାଏ- ଏହାର ସବୁଠାରୁ ଉତ୍ତମ ଫାଇଦା ହେଲା, ଆମର ସର୍କରା ହାରକୁ ନିୟନ୍ତ୍ରଣରେ ରଖିଥାଏ । ଏହାର ସୁଗାର ଲେବଲକୁ ଖୁବ ଭଲରେ ରେଗୁଲେଟ କରିଥାଏ ।
ଉତ୍ତମ ମସ୍ତିଷ୍କ ପରିଚାଳନା- ଏହା ଆମ ମସ୍ତିଷ୍କକୁ ଭଲଭାବେ ପରିଚାଳନା କରିଥାଏ । ଏଥିରେ ଥିବା ଭିଟାମିନ୍ସ ବି ୬ ଆମର ବ୍ରେନ ଫଙ୍କସନକୁ ବଢାଇଥାଏ । ଏହା ଆମର ମୁଡ୍‌କୁ ମଧ୍ୟ ଠିକ୍‌ ରଖିଥାଏ ।
ପାଚନ ଶକ୍ତି ବଢାଇଥାଏ- ଏହା ଆମର ପାଚନ ଶକ୍ତି ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମର ପେଟ ଠିକ ରହିବା ଦ୍ୱାରା ଆମର ହଜମ ଶକ୍ତି ବଢିଥାଏ ।

Har Ghar Tiranga