କଲମ୍ବୋ: ମେ ୧୨: ଚଳିତ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ବୋଲି ଗତକାଲି ରାତ୍ରିରେ ଘୋଷଣା କରିଛନ୍ତି । ତେବେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସମ୍ବିଧାନରେ ସୁଧାର ଆଣିବା ଓ ଗୃହକୁ ଅଧିକ କ୍ଷମତାଶୀଳ କରିବା ପାଇଁ ସେ ଜଣେ ନୂଆ ଯୁବ ସାଂସଦଙ୍କୁ ମଧ୍ୟ ନିଯୁକ୍ତି ହେବ । ଦେଶକୁ ଆଗକୁ ନେବା ପାଇଁ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଏକ ସୁଯୋଗ ପ୍ରଦାନ କରାଯିବ ।
ଜଣେ ନୂଆ ପ୍ରଧାମନ୍ତ୍ରୀ ଏବଂ କ୍ୟାବିନେଟ୍ ନିଯୁକ୍ତି କରିବା ପରେ ୧୯ଶହ ସମ୍ବିଧାନ ସଂସ୍କାରରେ ଥିବା ବ୍ୟବସ୍ଥା ପ୍ରଚଳନ ନିମନ୍ତେ ସରକାର ପ୍ରସ୍ତାବ ଆଗତ କରିବେ । ଏହି ନୂଆ ସାମ୍ବିଧାନିକ ବ୍ୟବସ୍ଥା ଦ୍ୱାରା ସଂସଦ ଅଧିକ କ୍ଷମତାଶାଳୀ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ତେବେ ଦେଶବାସୀଙ୍କୁ ଏହି ଉଦ୍ବୋଧନ ଦେବା ପୂର୍ବରୁ ରାଷ୍ଟ୍ରପତି ଗୋତବୟା ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି । ସୂଚନା ଥାଉଯେ, ଦୁଇ ଦିନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବାପରେ ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ କ୍ଷମତା ମିଳିଛି । ଏଣୁ ସେ ଲୋକଙ୍କ ହିତ ଓ ବୁଡ଼ିଯାଇଥିବା ଅର୍ଥନୀତିକୁ ଉଦ୍ଧାର କରିବା ସକାଶେ ଜଣେ ନୂଆ ସରକାରଙ୍କୁ ନିଯୁକ୍ତି ଦେବେ ।
Comments are closed.