ପୁରୀ: ନଭେମ୍ବର ୨୪: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଗଜପତି ମହାରାଜା ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଶଙ୍ଖନାଦ, ବେଦପାଠ, ହରିବୋଲ ଧ୍ୱନିରେ ଶିଳାନ୍ୟାସ ସ୍ଥାପନ କରାଯାଇଛି । ସେହିପରି ୩ ଦିନ ଧରି ଚାଲୁଥିବା ଯଜ୍ଞରେ ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଗଜପତି ମହାରାଜ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ କରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ ।
ସୂଚନା ଅନୁସାରେ, ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଟାଟା ଆରମ୍ଭ କରିବ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପାଖରେ ଥିବା ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ । ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ୯୫ ପ୍ରତିଶତ ଶେଷ ହୋଇଛି । ଶ୍ରୀମନ୍ଦିର ସହିତ ଅବଶିଷ୍ଟ ବିଶ୍ୱକୁ ଯୋଡିବା ଓ ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ ୍ରାସ କରି ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ଏହି ପ୍ରକଳ୍ପ ଉଦ୍ଦେଶ୍ୟ ।
Comments are closed.