ବଦଳିବ ରାଜ୍ୟ କ୍ୟାବିନେଟ ଢାଞ୍ଚା,ମନ୍ତ୍ରୀ ହେବେ ପାୱାରଫୁଲ

0

ଭୁବନେଶ୍ୱର : ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ । କ୍ୟାବିନେଟ ବୈଠକରେ ସଚିଵଙ୍କ କ୍ଷମତା ସଂକୁଚିତ କରାଯାଇଛି । ତେବେ ବୈଠକରେ ମନ୍ତ୍ରୀଙ୍କୁ ପାୱାର ଫୁଲ କରାଯାଇଛି । ଏନେଇ ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ ।

୫ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟ ବସିବାର ତାରିଖ । ୩ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ର ଫାଇଲ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟରେ ବସିପାରିବେ ନାହିଁ । କ୍ୟାବିନେଟ ଏଜେଣ୍ଡାରେ ଥିବା ପ୍ରସ୍ତାବ ସମ୍ପର୍କିତ ବିଭାଗୀୟ ସଚିବ ମାନେ କ୍ୟାବିନେଟ ରୁମରେ ନ ବସି ପାଖ ରୁମରେ ବସିବେ ।

ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ ମାନେ କ୍ୟାବିନେଟ ବୈଠକ ରୁମକୁ ଯାଇ ପାରିବେ । ପ୍ରସ୍ତାବ ଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀ ମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି । ତେବେ କାହିଁକି ଏଭଳି କ୍ୟାବିନେଟର ଏଭଳି ଢାଞ୍ଚା ଗତ ପରିବର୍ତ୍ତନ ହେଲା ତାକୁ ଲାଗି ରହିଛି ଚର୍ଚ୍ଚା ଆଲୋଚନା । ୮ ତାରିଖର ଏହି ନିର୍ଦ୍ଦେଶ ନାମା ଆଧାରରେ ୧୪ ତାରିଖ ଦିନ ବସିଥିଲା ରାଜ୍ୟ କ୍ୟାବିନେଟ ।

ବିଜେଡି ସରକାର ସମୟ ରେ କ୍ୟାବିନେଟ ଏଜେଣ୍ଡା ମନ୍ତ୍ରୀ ମାନଙ୍କ ପାଖକୁ ଯାଉନଥିବାର ଅଭିଯୋଗ କରୁଥିଲେ ବିରୋଧୀ । ମନ୍ତ୍ରୀ କହୁଥିଲେ କ୍ୟାବିନେଟ ପାରିତ ହୋଇଥିବା ପ୍ରସ୍ତାବ ବିଷୟ ରେ ସଚିବ ଙ୍କୁ ପଚାର । ନୂଆ ନିୟମ ଅନୁଯାୟୀ କ୍ୟାବିନେଟ ରେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ବ୍ୟତୀତ ଅନ୍ୟ କେହି ବସି ପାରିବେ ନାହିଁ । ତିନି ଦିନ ପୂର୍ବରୁ ମନ୍ତ୍ରୀମାନଙ୍କୁ ପାଖକୁ ଯିବ ଏଜେଣ୍ଡା ।

Leave A Reply

Your email address will not be published.