ଆଜିକାଲି ପ୍ରାୟ ସମସ୍ତଙ୍କୁ ଅଫିସ୍ରେ ୮ଘଣ୍ଟାରୁ ଅଧିକ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବାକୁ ପଡୁଛି । ତେବେ ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳୁଛି । ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କଲେ ଏହା ଭବିଷ୍ୟତରେ ଗମ୍ଭୀର ହେବାର ଆଶଙ୍କା ମଧ୍ୟ ରହିଛି ।
ସିଟିଏସ୍
ସିଟିଏସ୍ ବା କାର୍ପାଲ ଟନେଲ ସିଣ୍ଡ୍ରୋମ୍ ଏକ କଣ୍ଡିସନ ଯାହା ଦ୍ୱାରା ଆମର ହାତରେ ଯନ୍ତ୍ରଣା ହୋଇଥାଏ । ଅଧିକ ସମୟ ଧରି ଟାଇପ୍ କରିବା ଦ୍ୱାରା ଆମ ହାତର ସ୍ନାୟୁମାନେ ଯମାଟ ବା ଷ୍ଟିଫ୍ ହେବା ଆରମ୍ଭ କରନ୍ତି । ଏହି ସମସ୍ୟା ହେଲେ ହାତ, କଚଟିରେ ଯନ୍ତ୍ରଣା, ଆଙ୍ଗୁଠି ଟାଇଟ୍ ହୋଇଯିବା, ହାତ ଦୁର୍ବଳ ଲାଗିବା, କାନ୍ଧରେ ଯନ୍ତ୍ରଣା ଆଦି ଦେଖିବାକୁ ମିଳିଥାଏ । ଏହି ସମସ୍ୟାକୁ ସିଟିଏସ୍ କୁହାଯାଇଥାଏ ।
ପିଠିରେ ଯନ୍ତ୍ରଣା
ଅଫିସ୍ରେ ଯଦି ୮ ଘଣ୍ଟାରୁ ଅଧିକ ସମୟ ବସି କାମ କରୁଛନ୍ତି, ତେବେ ସବୁଠାରୁ ଅଧିକ ପ୍ରଭାବ ଆପଣଙ୍କ ପିଠି ଉପରେ ପଡିଥାଏ । ଅଧିକ ସମୟ ଗୋଟିଏ ସିଟ୍ରେ ବସିବା ଦ୍ୱାରା ଆପଣଙ୍କ ପିଠିରେ ଖୁବ ଅଧିକ ପ୍ରେସର ପଡିଥାଏ । ଯାହାଫଳରେ ପିଠି ବିନ୍ଧା ହୋଇଥାଏ, ସ୍ପାଇନାଲକଡରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ଖୁବ କଷ୍ଟ ଦାୟକ ହୋଇଥାଏ ।
ଦୃଷ୍ଟି ଶକ୍ତିରେ ସମସ୍ୟା
କମ୍ପୁ୍ୟଟର ପାଖେ ଦୀର୍ଘ ସମୟ ବସି କାର୍ଯ୍ୟ କରିବାର ଖରାପ ପ୍ରଭାବ ଆଖି ଉପରେ ମଧ୍ୟ ପଡିଥାଏ । ଅନେକ ସମୟରେ ଆଖିରୁ ପାଣି ବାହାରିବା ସହିତ, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ଲାଗିଥାଏ । ସବୁଠାରୁ ଅଧିକ ଡ୍ରାଏ ଆଇ ସମସ୍ୟା ଦେଖିବାକୁ ମିଳିଥାଏ, ଯେଉଁଥିରେ ଆଖି ଶୁଷ୍କ ହେବାକୁ ଲାଗିଥାଏ । କମ୍ପୁ୍ୟଟର ବା ଲାପ୍ଟପ୍ରୁ ନିର୍ଗତ ବ୍ଲì ରେ ଏହାର ପ୍ରମୁଖ କାରଣ ।
ଓବେସିଟି
ବର୍ତ୍ତମାନ ଅଫିସ୍ ୱାର୍କର ସାଇଡ୍ ଇଫେକଫ ଭାବେ ଓବେସିଟିକୁ ଦର୍ଶାଯାଉଛି । ଖାଇବା ପରେ ଅଫିସ୍ରେ ବସିବା, ଅଫିସ୍ରେ କାମ କରିବା ସମୟରେ ଜଙ୍କ ଫୁଡ ଖାଇବା ଆଦି ଲକ୍ଷଣରୁ ଓବେସିଟି ହେଉଥିବା ଡାକ୍ତରମାନେ ମତ ଦେଉଛନ୍ତି । ଓବେସିଟି କାରଣରୁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି ।
Comments are closed.