ଆସିଲା ବିଚାରପତି ସୁବାସ ବିହାରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ, ବେକରେ ରଶି ଲଗାଇଥିବାରୁ ହୋଇଛି ମୃତ୍ୟୁ

କଟକ : ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ମର୍କତନଗର ଥାନାକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କଲେ ଏସସିବି ମେଡ଼ିକାଲ କର୍ତୃପକ୍ଷ । ରିପୋର୍ଟ ଅନୁସାରେ ବେକରେ ରଶି ଲଗେଇବା ଯୋଗୁ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ହୋଇଛି । ବିଚାରପତି ନିଜେ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଖବର ଅନୁଯାୟୀ, ଗତ ୨ ତାରିଖରେ କଟକ ସିଡିଏ ସେକ୍ଟର ୯ ସ୍ଥିତ ନିଜ ବାସ ଭବନରେ ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା କରିଥିଲେ । ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ସୁବାସ ଙ୍କ ପରିବାର ଲୋକେ I ଏବଂ ଏଥିପାଇଁ ସୁବାସଙ୍କ ପତ୍ନୀ ଓ ଶଳାଙ୍କ ନାମ ରେ ମର୍କତ ନଗର ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ମର୍କତନଗର ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.