ଭୁବନେଶ୍ୱର : ନର୍ସିଂ ଛାତ୍ରୀ କୁନି କହଁରଙ୍କ ଆତ୍ମହତ୍ୟା ଘଟଣାରେ ରହସ୍ୟମୟ ଖୁଲାସା I ଗତକାଲି ଏୟାରଫିଲଡ ଥାନା ଅନ୍ତର୍ଗତ ଏକ ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା I ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍ ରୁମ୍ରୁ ଏହି ହାତଲେଖା ଚିଠି ମିଳିଛି । ମିଳିଥିବା ହାତ ଲେଖା ଚିଠିଟି ମୃତ ଛାତ୍ରୀଙ୍କ ହାତଲେଖା ବୋଲି ଅନୁମାନ କରାଯାଉଛି । ନିଦ ନହେବାରୁ ଆତ୍ମହତ୍ୟା କରିଛି ବୋଲି ଛାତ୍ରୀ ଜଣକ ଚିଠିରେ ଲେଖିଥିବା ଜଣାପଡିଛି ।
ଛାତ୍ରୀ ଜଣକ ଚିଠିରେ ଲେଖିଥିଲେ ଯେ, ‘ନିଦ ନହେଉଥିବାରୁ ବହୁତ କଷ୍ଟ ଲାଗୁଛି । କିଛି କରିବାକୁ ଇଛା ହେଉନି । କ’ଣ କରିବି ଜାଣିପାରୁନି। ଭଗବାନ ମୋତେ ନେଇଯାଅ I ଏଥିରେ କାହାର ଦୋଷ ନାହିଁ । ପୋଲିସ କାହାରିକୁ ହଇରାଣ କରନ୍ତୁନି ।’ ତେବେ ହାତ ଲେଖାଟି ମୃତ ଛାତ୍ରୀଙ୍କର କି ନୁହେଁ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହାତଲେଖା ମେଳକ ପାଇଁ ଚିଠିଟି ଲ୍ୟାବ୍ ପଠାଇବ ପୋଲିସ । ହେଲେ ହାତ ଲେଖାଟି ମୃତ ଛାତ୍ରୀଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନି।
ମୃତ ନର୍ସିଂ ଛାତ୍ରୀଙ୍କ ଘର ବଲାଙ୍ଗିରରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ଅଞ୍ଚଳରେ ଥିବା ଏକ ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ I ଅନ୍ୟପଟେ ପୋଲିସ୍ ଏହି ଘଟଣାର ଛାନଭିନ କରୁଛି
Comments are closed.