ଉତ୍ତର-ପଶ୍ଚିମ ୟୁରୋପରେ ବାତ୍ୟା ‘ଇଉନିସ୍‌’ର ତାଣ୍ଡବ: ୮ ମୃତ

ଲଣ୍ଡନ: ଫେବୃଆରୀ ୧୯: ଗତକାଲି ଉତ୍ତର-ପଶ୍ଚିମ ୟୁରୋପ ଉପରେ ଘଣ୍ଟାପ୍ରତି ୧୯୬ କିଲୋମିଟର୍‌ ବେଗର ପବନ ପ୍ରବାହିତ ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ପ୍ରାୟ ୮ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ସୂଚନା ମିଳିଛି ।
ଉତ୍ତର-ପଶ୍ଚିମ ୟୁରୋପରେ ବାତ୍ୟା ‘ଇଉନିସ୍‌’ର ତାଣ୍ଡବ: ୮ ମୃତ

‘ଇଉନିସ୍‌’ ନାମକ ଏହି ବାତ୍ୟାରେ ଲଣ୍ଡନରେ ଥିବା ‘ଓ-ଟୁ’ ରଙ୍ଗମଞ୍ଚ ସମୂର୍ଣ୍ଣ ଧ୍ୱଂସ ହୋଇଯିବା ସହିତ ଘରର ଛାତ ଓ ଗାଡ଼ି ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ଦ୍ରୁତ ଗତିରେ ପବନ କାରଣରୁ ବିଜୁଳି ମଧ୍ୟ ଚାଲିଯାଇଥିଲା ।

ବ୍ରିଟେନ୍‌ ପାଣିପାଗ ସୂଚନା ଅନୁସାରେ, ଇଉନିସ୍‌ ବାତ୍ୟା କେନ୍ଦ୍ରୀୟ ଆଟ୍‌ଲାଣ୍ଟିକା ସମୁଦ୍ରର ପୃଷ୍ଠ ଏବଂ ଆଜୋରେଜ୍‌ ଆଡୁ ଭୀଷଣ ବେଗରେ ୟୁରୋପ୍‌ ଆଡ଼କୁ ମାଡ଼ିଆସିଥିଲା ଓ କର୍ଣ୍ଣୱାଲ୍‌ଠାରେ ଲ୍ୟାଣ୍ଡଫଲ୍‌ କରିଥିଲା ।
ଉତ୍ତର-ପଶ୍ଚିମ ୟୁରୋପରେ ବାତ୍ୟା ‘ଇଉନିସ୍‌’ର ତାଣ୍ଡବ: ୮ ମୃତ

ଏହି ବାତ୍ୟା ବିଶେଷ କରି ପଶ୍ଚିମ ଇଂଲଣ୍ଡକୁ ଧ୍ୱଂସ୍ତବିଧ୍ୱସ୍ତ କରିପକାଇଛି । ଅନ୍ୟପକ୍ଷରେ, ସମୁଦ୍ରରୁ ଉଚ୍ଚ ଢ଼େଉ ସହର ଭିତରକୁ ପ୍ରବେଶ କରି କୋଠାରେ ମାଡ଼ ହେବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।
ଉତ୍ତର-ପଶ୍ଚିମ ୟୁରୋପରେ ବାତ୍ୟା ‘ଇଉନିସ୍‌’ର ତାଣ୍ଡବ: ୮ ମୃତ

ଦ୍ରୁତ ବେଗରେ ପବନ ପ୍ରବାହିତ ହେବା କାରଣରୁ ସମଗ୍ର ଇଂଲଣ୍ଡର ସମୁଦାୟ ୪୩୬ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ଡଙ୍ଗା ଏବଂ ଟ୍ରେନ୍‌ ଚଳାଚଳ ମଧ୍ୟ ବାତିଲ୍‌ କରାଯାଇଥିଲା ।

Comments are closed.