ରାୟଗଡ଼ା: ଅନଲାଇନ ଖେଳ ହେଲା କାଳ । ମୋବାଇଲରେ ଗେମ ଖେଳି ଛାତ୍ରୀଙ୍କ ଆତ୍ମହତ୍ୟା । ଘର ଶୌଚାଳୟ ଭିତରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ I ମୃତ ଛାତ୍ରୀ ହେଲେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଗଣପତୀଗୁଡାର ସାଇନା ସାହୁ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଶବକୁ ପୋଲିସ ଜବତ କରିବା ସହ ପୋଷ୍ଟମଟମ ପାଇଁ ଗୁଣୁପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
ସୂଚନାନୁସାରେ,ମୃତ ଛାତ୍ରୀ ଜଣକ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲେ । କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ । ପରିବାର ଲୋଙ୍କ ତାଗିତ ପରେ ବି ଛାତ୍ରୀ ନମାନି ଗେମ ଖେଳୁଥିଲେ । ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା । ଛାତ୍ରୀ ଜଣକ ଅନଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ । ଏହି ବିଷୟ ଛାତ୍ରୀଙ୍କ ଜେଜେମା ଓ ସମ୍ପର୍କୀୟ ତାଙ୍କୁ ବାରମ୍ବାର ତାଗିତ କରିଥିଲେ । ଶେଷରେ ବାଥରୁମରେ ମୋବାଇଲ ଦ୍ବାରା ଗୀତ ଲଗାଇ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛନ୍ତି । ଘଟଣା ବିଷୟରେ ସାଇନାଙ୍କ ପିଉସୀ ରାମନାଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଛାତ୍ରୀଙ୍କ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ମା’ମଧ୍ୟ ନିଖୋଜ ଅଛନ୍ତି । ସାଇନାଙ୍କୁ ତାଙ୍କ ଜେଜେମା’ପାଳନ କରିଆସୁଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେଶୋକାକୁଳ ପରିବେଶ ସୃଷ୍ଟି କରିଛି ।