ନିର୍ମାଣାଧୀନ କୋଠା ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ୱର : ପୁଣି ଜଣେ କିଟ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ ଛାତ୍ର ଜଣକ କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷରେ ପଢୁଥିଲେ । ତାଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ ଏବଂ ଘର ପଶ୍ଚିମ ବଙ୍ଗ ବାଙ୍କୁରାରେ ଇ ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣଧୀନ କୋଠା ତଳୁ ତାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ତେବେ ସେ କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବାବେଳେ ମଞ୍ଚେଶ୍ୱରରୁ ତାଙ୍କ ମୃତ ଦେହ ଉଦ୍ଧାର ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଏହି ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରି ମମେଶ୍ୱର ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.