ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ବିକ୍ଷୋଭ: ଆମେ ପରୀକ୍ଷା ଦେବୁନି, ଘରେ ବସିବୁ

ଭୁବନେଶ୍ୱର: ଜାନୁଆରୀ ୨୭: ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଅଫ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା ଏବଂ ଯୁକ୍ତ ୨ ପରୀକ୍ଷା ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏନେଇ ସେମାନେ ଆଜି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାପରେ ଏକାଧିକ ଛାତ୍ରଛାତ୍ରୀ ନବୀନ ନିବାସ ମୁହାଁ ହେବା ବେଳେ ମାଷ୍ଟର କ୍ୟାଣ୍ଟିନଠାରେ ପୋଲିସ ସହ ମୁହାଁମୁହିଁ ହୋଇଛିନ୍ତି ।

ଏନେଇ ଜଣେ ଯୁକ୍ତି ରଖି କହିଛନ୍ତି, କୋଭିଡ କଟକଣାରେ ଯଦି ମଲ୍‌, ବାର୍‌ ଖୋଲିପାରୁଛି , ତେବେ କଲେଜ ଖୋଲିଲେ ଅସୁବିଧା କଣ । ଏ ଯାଏ କୋର୍ସ ଶେଷ ହୋଇନି । ତେଣୁ ପରୀକ୍ଷା କିପରି ହେବ । ସେହିପରି ଅନ୍ୟ ଜଣେ କହିଛନ୍ତି, ଯଦି ପାଢ଼ପଢ଼ା ଅନ୍‌ଲାଇନ୍‌ରେ ହେଉଛି, ତେବେ ପରୀକ୍ଷା ମଧ୍ୟ ଅନ୍‌ଲାଇନରେ କରାଯାଉ । ଆମେ ପରୀକ୍ଷା ଦେବୁନି ଘରେ ବସିବୁ ।

ଆଉ ଜଣେ କହିଛନ୍ତି, ଆମେ କଣ ଅନଲାଇନ୍‌ କ୍ଲାସ କରିବାକୁ ଆଡମିଶନ କରିଥିଲୁ । ପରୀକ୍ଷା ଦେଲେ ଆମେ ଫେଲ୍‌ ହୋଇ ଘରେ ବସିବୁ । କାରଣ ଆମର ଫଣ୍ଡାମେଣ୍ଟାଲ କ୍ଲିଅର ହୋଇନି । ତା’ଠାରୁ ଭଲ ପରୀକ୍ଷା ନ ଦେଇ ଘରେ ବସିବୁ । ଆମେ ପରୀକ୍ଷା ଦେବୁନି ।

ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ବିକ୍ଷୋଭ: ଆମେ ପରୀକ୍ଷା ଦେବୁନି, ଘରେ ବସିବୁ
ସୂଚନା ଥାଉଯେ, କୋଭିଡ କମିବା ପରେ ଗତ ବର୍ଷ ମାସ ୫, ୬ ମାସ ପାଇଁ କଲେଜ ଖୋଲିଥିବା । ୩ ମାସରେ ୩ଟି କ ୍ୱାର୍ଟର ପରୀକ୍ଷା ହେଲା । ଅବଶିଷ୍ଟ ୩ ମାସ ପାଠ ପଢ଼ା ହୋଇଥିଲା । ତେବେ ଏଥିରେ କଣ ବର୍ଷକର ପାଠ ସରିଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।
ସେହି ୩ଟି କ ୍ୱାର୍ଟର ପରୀକ୍ଷାରେ ମିଳିଥିବା ମାର୍କକୁ ବେସ୍‌ କରି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଫାଇନାଲ୍‌ ନମ୍ବର ଦିଆଯାଉ ବୋଲି ଦାବି ହୋଇଛି ।

Comments are closed.