ବେଲ୍‌ଟ ଫ୍ୟାଶନ

ଯେତେବେଳେ ଫ୍ୟାଶନ ଆସେସୋରିଜ୍‌ ବିଷୟ ଆସେ, ମହିଳାମାନେ ବେଲ୍‌ଟ ଉପରେ କମ୍‌ ଫୋକସ୍‌ କରିଥାନ୍ତି । ଯଦି ଫ୍ୟାଶେନବୁଲ ବେଲ୍‌ଟକୁ ଷ୍ଟାଇଲିସ୍‌ ଢଙ୍ଗରେ ପିନ୍ଧାଯାଏ, ତେବେ ଏହା ଆପଣଙ୍କ ଆଉଟଫିଟ୍‌ ଏବଂ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିବ । ବେଲଫର ଫ୍ୟାଶନ ଆଜିକାଲି କେବଳ େୱଷ୍ଟର୍ନ ଡ୍ରେସ୍‌ରେ ସୀମିତ ହୋଇରହିନାହିଁ, ବରଂ ଏବେ ଏହା ଟ୍ରାଡିସନାଲ ବେଲ୍‌ଟ ଭାବେ ପପୁଲାର ହେବାରେ ଲାଗିଛି । ଶାଢୀଠାରୁ ଆରମ୍ଭ କରି ସ୍କର୍ଟ ଏବଂ ଡ୍ରେସ୍‌ରେ ବେଲ୍‌ଟ କମ୍ବିନେସନ ଦେଇ ଗ୍ଲାମରସ ଓ ଷ୍ଟାଇଲିସ୍‌ ଲୁକ୍‌ ପାଇପାରିବେ ।

ଟ୍ୟାନ୍‌ ଲେଦର୍‌ ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ଏପରି ଲେଦର୍‌ ବେଲ୍‌ଟ ପ୍ରାୟ ସମସ୍ତ ଯୁବତୀଙ୍କ ୱାର୍ଡରୋବ୍‌ରେ ଥାଏ । ଅଧିକାଂଶ ଯୁବତୀ କେବଳ ଏହାକୁ ଜିନ୍‌ସରେ ପିନ୍ଧିଥାନ୍ତି । ହେଲେ ବ୍ରାଉନ ଟ୍ୟାନ୍‌ କଲର୍‌ର ଏହି ଲେଦର୍‌ ବେଲଫକୁ ଆପଣ ପୁରୁଣା ଆଉଟଫିଟ୍‌ରେ ମଧ୍ୟ ପିନ୍ଧିପାରିବେ । ଆପଣ ଏହାକୁ ଲଙ୍ଗ୍‌ ଡ୍ରେସ୍‌ କିମ୍ବା ଡେନିମ୍‌ ଆଉଟଫିଟ୍‌ ସହ ପିନ୍ଧି ଟଲ୍‌, କୁଲ୍‌ ଏବଂ ଷ୍ଟାଇଲିସ୍‌ ଲୁକ୍‌ ପାଇପାରିବେ ।

ଚେନ୍‌ ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ପୂର୍ବରୁ ଶାଢୀ ସହ କମଟପଟ୍ଟିର ଫ୍ୟାଶନ ଥିଲା । ହେଲେ ଏବେ ବଦଳୁଥିବା ଫ୍ୟାଶନରେ କମରପଟ୍ଟି ସ୍ଥାନରେ ମର୍ଡନ ବେଲଫ ଟ୍ରେଣ୍ଡ୍‌ କରୁଛି । ଟ୍ରାଡିସନାଲ ଡ୍ରେସ କିମ୍ବା ଶାଢୀ ସହ ଚେନ୍‌ ବେଲ୍‌ଟର ସଂଯୋଗ ଖୁବ ଭଲ ମାନୁଛି । ଯଦି ଆପଣଙ୍କୁ ଶାଢୀରେ ମର୍ଡନ ଲୁକ୍‌ ଚାହୁଁଛନ୍ତି ତାହେଲେ ଶାଢୀ ଉପରେ କମରପଟ୍ଟି ପରି ବେଲ୍‌ଟ ଲଗାଇ ଷ୍ଟାଇଲିସ୍‌ କରିପାରିବେ ।

ବକ୍‌ଲେଟ୍‌ ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ଆଜିକାଲି ବଡ଼ ବଡ଼ ବକ୍ଲେଲ ବେଲ୍‌ଟ ଟ୍ରେଣ୍ଡ୍‌ ଚାଲିଛି । ଏହି ବେଲ୍‌ଟର ବିଶେଷତା ହେଉଛି, ଆପଣ ଯେକୌଣସି ପ୍ରକାରର ପୋଷାକ ଯେପରି ଶାଢୀ, ମର୍ଡନ କିମ୍ବା ଏଥିନିକ ଡ୍ରେସ୍‌ ସହ କ୍ୟାରି କରିପାରିବେ । ଏହାକୁ ଥରେ ଟ୍ରାଏ କରନ୍ତୁ, ଦେଖିବେ ଆପଣ ସମସ୍ତଙ୍କଠୁ ଭିନ୍ନ ଦେଖାଯିବେ ।

ବ୍ଲାକ୍‌ କୋର୍ସେଟ୍‌ ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ଏହି ପ୍ରକାରର ବେଲ୍‌ଟକୁ ପ୍ରଥମେ ଧନୀ ଘରର ମହିଳାମାନେ ସ୍ଲିମ୍‌ ଲୁକ୍‌ ପାଇଁ ଡ୍ରେସ୍‌ ସହ ପିନ୍ଧୁଥିଲେ । ହେଲେ ଏବେ ଏହି କୋର୍ସେଟ୍‌ ବେଲ୍‌ଟ କୁ ଲଙ୍ଗ୍‌ ଟି-ସାର୍ଟ, ଗାଉନ୍‌ କିମ୍ବା ମିନି ସ୍କର୍ଟ ସହ ପିନ୍ଧିପାରିବେ ।

ଫ୍ୟାବ୍ରିକ୍‌ ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ସିମ୍ପଲ୍‌ ଲୁକ୍‌ରେ ଟ୍ୱିଷ୍ଟ ଆଡ୍‌ କରିବା ପାଇଁ ଏପରି ବେଲ୍‌ଟ ପିନ୍ଧିପାରିବେ । ଏହାକୁ ଆପଣ କୌଣସି ହାଲକା ରଙ୍ଗର ଡ୍ରେସ୍‌, ଗାଉନ୍‌, ଫ୍ରକ୍‌ କିମ୍ବା ହ୍ୱାଇଟ୍‌ ଟପ୍‌ ସହ ପିନ୍ଧନ୍ତୁ । ପାର୍ଟି କିମ୍ବା ଫଙ୍କସନ୍‌ରେ ଏପରି ଲୁକ୍‌କୁ ଟ୍ରାଏ କରନ୍ତୁ ଦେଖିବେ ସମସ୍ତଙ୍କ ନଜର ଆପଣଙ୍କ ଉପରେ ରହିବ ।

ଫ୍ଲୋରାଲ୍‌ ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ମାର୍କେଟରେ ଆଜିକାଲି ବିଭିନ୍ନ ଡିଜାଇନ ଏବଂ କଲରର୍‌ ଫ୍ଲୋରାଲ ବେଲ୍‌ଟ ମିଳୁଛି । ଏହାକୁ ଆପଣ ରେଗୁଲାର ଆଉଟଫିଟ୍‌ରେ ପିନ୍ଧିପାରିବେ । ଅଫିସ ପାର୍ଟି କିମ୍ବା ଆଉଟିଂ ପାଇଁ ଏହା ପରଫେକ୍‌ଟ ।

ଷ୍ଟ୍ରାଇପିଡ୍‌ ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ଭର୍ସଟାଇଲ ଲୁକ୍‌ ପାଇବାକୁ ଚାହୁଁଥିଲେ ମର୍ଡନ ଡ୍ରେସରେ ଏପରି ବେଲଫ ପିନ୍ଧିପାରିବେ । ଏହା ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବାକୁ ମଧ୍ୟ ସେତିକି ଆରାମଦାୟକ ।

ଫ୍ୟାନ୍‌ସି ବେଲ୍‌ଟ
 ବେଲ୍‌ଟ ଫ୍ୟାଶନ
ଯଦି ଆପଣ କୌଣସି ପାର୍ଟିକୁ ଯାଉଛନ୍ତି ଏବଂ କିଛି ଭିନ୍ନ ଟ୍ରାଏ କରିବାକୁ ଚାହୁଁଛନ୍ତି ତାହେଲେ ଆଉଟଫିଟ୍‌ ଫ୍ୟାନ୍‌ସି ବେଲ୍‌ଟ କ୍ୟାରି କରନ୍ତୁ । ଏହା ସିମ୍ପଲ୍‌କୁ ବ୍ରାଇଟ୍‌ ଲୁକ୍‌ କରିବାରେ ସହଯୋଗ କରିବ ।

Comments are closed.