କେଶ ପାଇଁ ଉପକାରୀ ଚିନି
ମିଠା ଖାଦ୍ୟରେ ଚିନିର ବିଶେଷ ମହତ୍ୱ ରହିଛି । ଖାଦ୍ୟକୁ ଅଧିକ ମିଠା ଓ ସ୍ୱାଦିଷ୍ଟ କରିବାରେ ଚିନିକୁ ବ୍ୟବହାର କରାଯାଏ । ତେବେ କଣ ଜାଣିଛନ୍ତି, ଚିନି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ କେଶ ପାଇଁ ବେଶ୍ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା କିପରି କେଶ ପାଇଁ ଚିନି ଉପକାରୀ ହୋଇଥାଏ ।
ଶାମ୍ପୁ କରିବା ସମୟରେ ସେଥିରେ ଗୋଟିଏ ଚାମଚ ଚିନି ମିଶାଇ ଲଗାଇଲେ କେଶ ସାଇନ୍ କରିବା ସହିତ ଝଡ଼ିବା ବନ୍ଦ ହୋଇଥାଏ । ଚିନି କେଶରେ ଏକ କଣ୍ଡିସନର୍ ପରି କାମ କରିଥାଏ । ଏଥିପାଇଁ ପ୍ରଥମେ କେଶକୁ ଧୋଇ ଦିଅ;ୁ । ଏହାପରେ ଆବଶ୍ୟକ ଅନୁସାରେ ଶାମ୍ପୁ ଏବଂ ଏଥିରେ ଗୋଟିଏ ଚାମଚ ଚିନି ମିଶା;ୁ । ଏହି ମିଶ୍ରଣକୁ କେଶରେ ଲଗାଇ ଧୀରେ ଧୀରେ କେଶ ମୂଳକୁ ମାଲିସ କର;ୁ । ଏହାପରେ କେଶକୁ ଧୋଇ ଦିଅ;ୁ । ଯଦି ଆପଣ କେଶ ଝଡିବାକୁ ନେଇ ଚିନ୍ତାରେ ରହିଛନ୍ତି, ତେବେ ସପ୍ତାହକୁ ଦୁଇଥର ଚିନି ଓ ଶାମ୍ପୁର ମିଶ୍ରଣ ମୁଣ୍ଡରେ ଲଗା;ୁ । ପୁରୁଷମାନେ ମଧ୍ୟ ଏହି ଉପାୟ ଆପଣାଇ ପାରିବେ ।
ସେହିପରି କେଶ ଅଧିକ ରୁକ୍ଷ ଥିଲେ ଶାମ୍ପୁ ଓ ଚିନିର ମିଶ୍ରଣକୁ ମୁଣ୍ଡରେ ଲଗା;ୁ । ଏହାଦ୍ୱାରା କେଶ ପ୍ରାକୃତିକ ଭାବରେ କୋମଳ ହୋଇଥାଏ । ସୁଫଳ ପାଇବା ପାଇଁ ଗୋଟିଏ ମାସ ଧରି କେଶରେ ଏହି ମିଶ୍ରଣକୁ ଲଗା;ୁ । ଶୀତଦିନେ କେଶରେ ରୁପି ସମସ୍ୟା ହୋଇଥାଏ । ଏହା ଭଲ କରିବା ପାଇଁ ମଧ୍ୟ ନିୟମିତ ଭାବରେ ଶାମ୍ପୁରେ ଚିନି ମିଶାଇ ଲଗା;ୁ । ରୁପି ସମସ୍ୟା ଦୂର କରିବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣ ବ୍ୟବହାର କର;ୁ ।
Comments are closed.