ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’

ଆଜିକାଲି ଯୁଗରେ ପ୍ରତ୍ୟେକ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରୁଛନ୍ତି । ନିଜେ ରୋଜଗାର କରି ସ୍ୱାଧୀନରେ ବଞ୍ଚିବାକୁ ସମସ୍ତେ ଚାହୁଁଛନ୍ତି । ଏଥିପାଇଁ ସେମାନେ ଘର ପରିବାର, ସାଙ୍ଗସାଥୀ ଓ ନିଜ ପ୍ରିୟଜନଙ୍କୁ କମ୍‌ ସମୟ ଦେଇ ପଇସା ରୋଜଗାରରେ ନିଜକୁ ବ୍ୟସ୍ତ ରଖୁଛନ୍ତି ।

ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’

ହେଲେ ଏହାରି ମଧ୍ୟରେ ସେମାନେ ନିଜ ଲୋକଙ୍କୁ ଅଣଦେଖା କରିବା ସହିତ ପ୍ରିୟଜନଙ୍କ ପ୍ରେମ ଓ ସ୍ନେହରୁ ବଞ୍ଚିତ ରହୁଛନ୍ତି । ଏଥିରୁ ଏକୁଟିଆପଣ ଓ ଅବସାଦ ସୃଷ୍ଟି ହେଉଛି । ଯାହା ପରବର୍ତ୍ତୀ ସମୟରେ ବଢ଼ି ବଢ଼ି ଗୁରୁତର ସମସ୍ୟା ରୂପେ ଉଭା ହେଉଛି । ଏହି ସମୟରେ ନିଜ ଲୋକଙ୍କ ଭରସା ଓ ପରିବାର ଲୋକ ନରହିଲେ, ବ୍ୟକ୍ତି ଜଣକ ନିଜ ସମସ୍ୟା ପରିପ୍ରକାଶ କରିବାରେ ଅସମର୍ଥ ହୋଇଥାଏ ଓ ଆତ୍ମହତ୍ୟାର ବାଟ ବାଛି ନିଏ ।

ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’

ଆତ୍ମହତ୍ୟା ଏକ ରୁଗ୍‌ଣ ମାନସିକତା । ଯଦି ପିଲା ପରୀକ୍ଷାରେ ଫେଲ୍‌ ହେଉଛନ୍ତି ତ’ କିଛି ବୁଝିବା ପୂର୍ବରୁ ଆତ୍ମହତ୍ୟା ବାଟ ବାଛିନେଉଛି । କେଉଁଠି ପାରିବାରିକ ଝଗଡ଼ା, ପ୍ରେମ ବ୍ୟାପାରରେ ଅସଫଳତା, ଅଫିସ୍‌ରେ କାର୍ଯ୍ୟ ଚାପ ବା ଉପରିସ୍ଥ କର୍ମଚାରୀଙ୍କ ଆକ୍ରୋଶ, କାରଣ ଯାହା ଥାଉ ପଛେ ନିମିଷକ ମଧ୍ୟରେ ନିଜେ ନିଜର ଜୀବନ ନେବାକୁ ପଛାଉ ନାହାନ୍ତି । ଏପରିକି ଦେଶକୁ ରକ୍ଷା କରୁଥିବା ସୁରକ୍ଷାକର୍ମୀ ବି ଆତ୍ମହତ୍ୟା କରୁଛନ୍ତି । ନିକଟରେ ଜଣେ ଚତୁର୍ଥ ଶ୍ରେଣୀର ପିଲାଟି ଗୀବନ କ’ଣ ବୁଝିବା ଆଗରୁ ନିଜ ଜୀବନକୁ ନିଜେ ନେଇଗଲା । କାରଣ ସ୍କୁଲର ସହପାଠୀଙ୍କ ଆକ୍ଷେପ । ଆଉ ବର୍ତ୍ତମାନ ସମାଜରେ ଗୋଟିଏ ଗୋଷ୍ଠୀ ଯେଉଁ ସ୍ରୋତରେ ବୋହିଯାଇ ଆତ୍ମହତ୍ୟା କରୁଛନ୍ତି, ତାହା ହେଲା ପ୍ରେମ ଜନିତ ବିଫଳତା । କିନ୍ତୁ ଏହାର ସମାପ୍ତି କେବେ, କିପରି ଓ କେମିତି?

ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’
ବର୍ତ୍ତମାନ ସମସ୍ତଙ୍କଠାରୁ ଅଧିକ ଶିକାର ହେଉଛନ୍ତି ଯୁବପିଢ଼ି । ନିରାଶା, ହତାଶା, ଟେନ୍‌ସନ୍‌, ପ୍ରେସର୍‌, ଦୁଃଖ, ଜୋରଜବରଦସ୍ତି, ସମସ୍ୟାକୁ ସାମ୍ନା କରି ନପାରିବା ଇତ୍ୟାଦିର ଗୋଟିଏ ବାଟ ହେଲା ଆତ୍ମହତ୍ୟା । ଆଜିକାଲି ବିଦ୍ୟାର୍ଥୀମାନଙ୍କର ଆତ୍ମହତ୍ୟା କରିବାର ଆଉ ଗୋଟିଏ କାରଣ ହେଲା ଭୟ । ସେମାନେ ଭାବିଦେଇଥାନ୍ତି, ତାଙ୍କ ପଢ଼ା ପଛରେ ବାପାମାଆ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଥଚ ସେମାନେ ବାପାମାଆଙ୍କୁ ଉଚିତ୍‌ ମୂଲ୍ୟ ଦେଇପାରୁନାହାନ୍ତି । ମାନସିକ ପଶ୍ଚାତାପ, ନିଜକୁ ହେଲ¬ଲେସ୍‌ ଭାବି ସେମାନେ ଆତ୍ମହତ୍ୟା କରୁଛନ୍ତି ।

ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’
ଆତ୍ମହତ୍ୟା କରିବାର ଆଉ ଏକ କାରଣ ହେଲା ସହନଶୀଳତାର ଘୋର ଅଭାବ । ଛୋଟ ବଡ଼ କାରଣକୁ ଆମେ କାହାରି ସହିତ ଆଲୋଚନା କରି ସମାଧାନର ବାଟ ଖୋଜିବା ପରିବର୍ତ୍ତେ ଅବାଟକୁ ବାଛି ନେଉଛୁ । ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ପାଇଁ ଅଭିଭାବକ ଦାୟୀ । ସେମାନେ ପିଲାମାନଙ୍କ ପଛରେ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି, ତା’ଠାରୁ ବହୁ ଅଧିକ ଆଶା ରଖୁଛନ୍ତି । ଏହାଦ୍ୱାରା ପିଲାଟି ଅକ୍‌ୃିତ କାର୍ଯ୍ୟ ହେବା ନିଜକୁ ସଙ୍କୁଚିତ ମନେ କରୁଛି । ହତାଶ ହୋଇପଡ଼ୁଛି । ନିଜ ମନ କଥା ବାଣ୍ଟିପାରୁନାହିଁ । ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛି ।

ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’
ଆଜିର ତୁଳନାତ୍ମକ ବିଚାର ମଧ୍ୟ ଏଥିପାଇଁ ବହୁକ୍ଷେତ୍ରରେ ଦାୟୀ । ତୁଳନାତ୍ମକ ବିଚାର ଏକ ଭ୍ରାନ୍ତ ବିଷୟ । କାହାରିକୁ ବା ନିଜକୁ ଅନ୍ୟ ସହିତ ତୁଳନା କରିବା କଦାପି ଉଚିତ୍‌ ନୁହେଁ । ସମସ୍ତଙ୍କ ଭାବନା, ଚିନ୍ତାଧାରା, କାର୍ଯ୍ୟ କରିବା ଶୈଳୀ ଭିନ୍ନ । ଏଠାରେ ତୁଳନା କରି କାହାରି ମନକୁ କୌଣସି ପ୍ରକାର ଆଘାତ ଦେବା ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ।
ବର୍ତ୍ତମାନ ସମାଜରେ ବ୍ୟାଧିଭଳି ମାଡ଼ିଚାଲିଥିବା ଆତ୍ମହତ୍ୟାର କାରଣ ହେଉଛି ପ୍ରେମଜନିତ ବିଫଳତା । ଏଥିପାଇଁ ବି ଅନେକାଂଶରେ ପିତାମାତା ହିଁ ଦାୟୀ । ବାପାମାଆ ଏବଂ ପିଲାଙ୍କ ମଧ୍ୟରେ ଉଚିତ୍‌ ସମନ୍ୱୟ ରହୁନାହିଁ ।

ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’

ପିଲାମାନଙ୍କର ମାନସିକ ପରିବର୍ତ୍ତନକୁ ଯଦି ପିତାମାତା ଠିକ୍‌ରେ ଅନୁଧ୍ୟାନ କରିବେ, ତାଙ୍କ ମନକଥାକୁ ବାଣ୍ଟିପାରିବେ, ପିଲାମାନଙ୍କୁ ଉତ୍‌ଶୃଙ୍ଖଳାର ଦଉଡ଼ିରେ ବାନ୍ଧି ପାରିବେ କେତେକାଂଶରେ ଏହା ନିହାତି ସଫଳ ହେବ । କାରଣ ପିଲାମାନଙ୍କ ମନରେ ଯେତେବେଳେ, ବାପାମାଆଙ୍କ ପ୍ରତି କର୍ତ୍ତବ୍ୟବୋଧ କମିଯାଏ ବା ସ୍ନେହ ପ୍ରେମର ଦୂରତା ବଢ଼ିଯାଏ, ସେତେବେଳ ତାଙ୍କ ମନରେ ତୃତୀୟ ବ୍ୟକ୍ତି ପାଦ ଥାପିଥାଏ । ପିଲାଟି ସେହି ସମୟରେ ନିଜ ହାତ ପାହାନ୍ତାରେ ଯେଉଁ ଡାଳିଟି ଧରେ, ସେ ଜାଣି ନଥାଏ ଏହା କେତେ ଦୀର୍ଘସ୍ଥାୟୀ । ତା’ ଭିତରରେ ଏକ ପ୍ରକାର ମାନସିକ ପରିବର୍ତ୍ତନ ଆସିଥାଏ ଏବଂ ଏହି ମାନସିକ ପରିବର୍ତ୍ତନକୁ ପ୍ରତ୍ୟେକ ଅଭିଭାବକ ନୋଟିସ୍‌ କରିବା ଦରକାର । ସମୟ ଅନୁସାରେ ପିଲା ସହିତ ଏବିଷୟରେ ଆଲୋଚନା କରିବା ଉଚିତ୍‌ । କାରଣ କିଛି ଅଘଟଣ ଘଟିବା ପୂର୍ବରୁ , ନିଶ୍ଚୟ କିଛି ସମାଧାନର ବାଟ ବାହାରିପାରିବ ।

ସମସ୍ୟା ସମାଧାନର ବାଟ ନୁହେଁ ‘ଆତ୍ମହତ୍ୟା’

ବର୍ତ୍ତମାନ ସମାଜରେ ଆମକୁ କମ୍ପିଟେଟିଭ୍‌ ମାନସିକତାରୁ ବାହାରି କୋ-ଅପରେଟିଭ୍‌ ସିଷ୍ଟମ୍‌ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଆଜିର ଛାତ୍ରଛାତ୍ରୀ ଯୁବସମାଜ ଦେଶର ଆସନ୍ତା କାଲିର ଭବିଷ୍ୟତ । ଯେଉଁମାନଙ୍କ ହାତରେ ଦେଶର ଭବିଷ୍ୟତ ନିର୍ଭର କରୁଛି, ସେମାନେ ନିଜର ଭବିଷ୍ୟତକୁ ସମାପ୍ତ କରିବା ପାଇଁ ବାହାରି ପଡ଼ୁଛନ୍ତି । କାରଣ ଯାହା ବି ଥାଉନା କାହିଁକି, ଏସବୁର ପରିସମାପ୍ତି ଘଟିବା ଦରକାର । ଏଥିପାଇଁ କାହାରିକୁ ଦୋଷାରୋପ ନକରି ସମସ୍ୟାର ଗୁରତ୍ୱକୁ ଉପଲବ୍ଧି କରିବା ଦରକାର । ପ୍ରତ୍ୟେକ ପିଲା ବା ବ୍ୟକ୍ତି ନିଜେ ସ୍ୱତନ୍ତ୍ର ଓ ସ୍ୱାଧୀନ । କୌଣସି କାରଣରୁ ଜୀବନରେ ନିରାଶା ବା ହତାଶ ଭାବ ଆସିଲେ ,ପୀଡ଼ିତଙ୍କ ସହିତ ବନ୍ଧୁ ପରିବାର, ଗୁରୁଜନ ଖୋଲା ଖୋଲି ଭାବେ କଥା ହେବା ଦରକାର । ଆଲୋଚନା କରିବା ଉଚିତ୍‌ । ଜୀବନରେ ଅସଫଳତା ବା ସଂଘର୍ଷ ଗୋଟିଏ ଟ୍ରାଫିକ୍‌ ଭଳି ହୋଇଥାଏ । ଏହାପାରି ହୋଇଗଲେ ଆଗକୁ ଜୀବନ ସିଧା ରାସ୍ତାରେ ଆଗେଇ ଚାଲିବ ।

Comments are closed.