ସାମଗ୍ରୀ
ଛୋଟ ଦାନା ସୁଜି ଏକ କପ୍, ଘିଅ ଅଧାକପ୍, ଖୁଆ ସ୍ୱାଦ ଅନୁସାରେ, ଅଳ୍ପ ଗୁଜୁରାତି ଗୁଣ୍ଡ, ସଜାଇବା ପାଇଁ କିସ୍ମିସ୍, ଗୁଣ୍ଡ ଚିନି ଏକ କପ୍
ପ୍ରଣାଳୀ
ପ୍ୟାନ୍ରେ ଅଧାକପ୍ ଘିଅ ଗରମ କରନ୍ତୁ । ଏଥିରେ ଏକ କପ୍ ସୁଜି ପକାନ୍ତୁ (ଛୋଟ ଦାନା ସୁଜି) । ସୁଜିକୁ କିଛି ସମୟ ପର୍ଯ୍ୟନ୍ତ କମ ଆଞ୍ଚରେ ଭାଜନ୍ତୁ । ସୁଜିକୁ ଅଳ୍ପ ଗୋଲେïନ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
ସମସ୍ତ ଘିଅ ସୁଜିରେ ମିଶିଯିବା ପରେ ଏଥିରେ ଗ୍ରେଟେଡ୍ ଖୁଆ ମିଶାନ୍ତୁ । ଏହାପରେ ଏହାକୁ ଭଲକରି ଗୋଳାନ୍ତୁ । ଖୁଆ ମିଶିବା ପର୍ଯ୍ୟନ୍ତ ସୁଜିକୁ ଭାଜନ୍ତୁ । ଏଥିରେ ବର୍ତ୍ତମାନ ଅଧା ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରିନିଅନ୍ତୁ । ଏକ ପ୍ଲେଟ୍କୁ କାଢି ଥଣ୍ଡା କରନ୍ତୁ । ହାତରେ ଧରିହେଉଥିବା ଭଳି ଗରମ ଥିବା ଅବସ୍ଥାରେ ଏଥିରେ ଗୁଣ୍ଡ ଚିନି ଏକ କପ୍ ମିଶାନ୍ତୁ । ହାତରେ ଭଲକରି ମିଶାଇ ନିଅନ୍ତୁ ।
ଏହାପରେ ହାତରେ ଘିଅ ମାରି ଏହି ମିଶ୍ରଣକୁ ଲଡୁ ଆକାରରେ ଗଢନ୍ତୁ । ପ୍ରସ୍ତୁତ ହୋଇଗଲା ସୁଜି ଖୁଆ ଲଡୁ ।
Comments are closed.