ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି, ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ

0

ଭୁବନେଶ୍ବର : ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି । ରାଜ୍ୟରେ ଉପର ମୁହାଁ ହେଲାଣି ପାରଦ। ୩୭ ଡିଗ୍ରୀ ପାର କଲା ତାପମାତ୍ରା । ଝାରସୁଗୁଡ଼ା ଓ ସମ୍ବଲପୁରରେ ଡହ ଡହ ତାତି। ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୩୭. ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ହୋଇଛି । ସେପଟେ ସାଢେ ଦୁଇଟା ସୁଦ୍ଧା ରାଜଧାନୀରେ ୩୬ ଡିଗ୍ରୀ ଛୁଇଁଛି ତାପମାତ୍ରା ।

ଡହ ଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ । ତେବେ ଏବେଠୁ ପ୍ରବଳ ଖରା ଅନଭୂତ ହେଉଥିବା ବେଳେ ଆଗକୁ ସ୍ଥିତ ଅସମ୍ଭାଳ ହେବ ବୋଲି ଆଶଂକା କରାଯାଉଛି । ଆଗାମୀ ୭ଦିନ ପାଇଁ ରାଜ୍ୟରେ ମୂଖ୍ୟତଃ ଶୁଖିଲା ପାଗ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ସମ୍ବଲପୁର-୩୭. ୬ ଡିଗ୍ରୀ ସେଲସିୟସ ଥିବାବେଳେ ହୀରାକୁଦ- ୩୫.୪ ଡିଗ୍ରୀ ସେଲସିୟସ, ରାଉରକେଲା- ୩୫ ଡିଗ୍ରୀ ସେଲସିୟସ ଓ ଚାନ୍ଦବାଲି- ୩୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

Leave A Reply

Your email address will not be published.