ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାଧାରଣ ଥିବା ବେଳେ ଚଳିତ ସପ୍ତାହର ଶେଷ ବେଳକୁ ଏହା ଧୀରେଧୀରେ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ୨୯ ତାରିଖ ବେଳକୁ ହିଟ୍ ୱେଭ୍ ଫେରିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ଆଗାମୀ ୫ ଦିନରେ ତାପାମାତ୍ରା ଧୀରେଧୀରେ ବଢ଼ିବ ବୋଲି କୁହାଯାଇଛି।
ପାଣିପାଗ ବିଭାଗ ହିଟ ୱେଭ ପାଇଁ ସତର୍କତା ଜାରି କରିଛି। ତାତି ପୁଣି ବଢ଼ିବ ବୋଲି କହିଛି। ସେପଟେ ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ ବୋଲି କହିଛି। ଆଗାମୀ ୫ ଦିନ ତାପମାତ୍ରା ଧୀରେଧୀରେ ବଢ଼ିବାର ସମ୍ଭାବନା ରହିଛି।
ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି, ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେଧୀରେ ବଢ଼ିବ। ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଟପିବା ସହ ୨୯ ତାରିଖ ବେଳକୁ ହିଟ ୱେଭ ପାଇଁ ସତର୍କତା ଜାରି କରାଯାଇଛି। ଗୋଟେ କିମ୍ବା ଦୁଇଟି ସ୍ଥାନରେ ୨୯ ତାରିଖ ପାଇଁ ହିଟ ୱେଭ ରହିବ।